ETV Bharat / state

ଖାଉଟି ସାମଗ୍ରୀ ବଣ୍ଟନରେ ହେରଫେର ନେଇ ବିଜେପିର ଧାରଣା - puri

କୋରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା । ଦୀର୍ଘ ଚାରିମାସ ହେବ ଖାଉଟି ସାମଗ୍ରୀରୁ ବଞ୍ଚିତ 650 ହିତାଧିକାରୀ । ଏହାକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ବିଜେପି । ଅଧିକ ପଢନ୍ତୁ...

ଖାଉଟି ସାମଗ୍ରୀ ବଣ୍ଟନରେ ହେରେଫେର ନେଇ ବିଜେପିର ଧାରଣା

author img

By

Published : Nov 3, 2020, 10:48 AM IST

ପୁରୀ: ଖାଉଟି ସାମଗ୍ରୀ ବଣ୍ଟନରେ ପ୍ରଶାସନର ମନମୁଖୀ କାର୍ଯ୍ୟ । କୋରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଉଟି ସାମଗ୍ରୀରେ ଅନିୟମିତତାକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି । ଏନେଇ ପୁରୀ ଜିଲ୍ଲା ଗୋପ ବ୍ଲକ ସମ୍ମୁଖରେ ଧାରଣା ଦେଇଛି ବିଜେପି ।

ଖାଉଟି ସାମଗ୍ରୀ ବଣ୍ଟନରେ ହେରେଫେର ନେଇ ବିଜେପିର ଧାରଣା

ଦୀର୍ଘ ଚାରିମାସ ହେବ ପୁରୀର ଗୋରଡା ଓ ଡଭାର ପଞ୍ଚାୟତର 650 ଜଣ ହିତାଧିକାରୀ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଖାଉଟି ସାମଗ୍ରୀ ନ ମିଳିବାରୁ ପଞ୍ଚାୟତ ଲୋକ ବାରମ୍ବାର ଏମଆଇ,ବିଡିଓ ଓ ଜିଲ୍ଲା ପ୍ରଶାସନଙ୍କୁ ଭେଟିବା ପରେ ବି କିଛି ସୁଫଳ ମିଳି ନଥିଲା । ଗାଁର ସ୍ତ୍ରୀ ଲୋକମାନେ ବାରମ୍ବାର ଲିଖିତ ଅଭିଯୋଗ ବି କରିଛନ୍ତି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ମାସିକିଆ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନିନ୍ଦା କରିଛି ରାଜ୍ୟ ବିଜେପି । ଘଟଣା ନେଇ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛି ବିଜେପି । ଖାଉଟି ସାମଗ୍ରୀ ବଣ୍ଟନରେ ହେରଫେରକୁ ନେଇ ସଂପୁକ୍ତ ଡିଲରଙ୍କୁ ଏହି ଦାୟିତ୍ଵରୁ ଅପସାରଣ କରିବାକୁ ଦାବୀ କରି ଧାରଣ ଦେଇଛି ବିଜେପି ।

ଘଟଣାରେ ଗୋପ ବ୍ଲକର ବିଡିଓଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ପ୍ରଭାତୀ ପରିଡା । ଲୋକଙ୍କୁ ଖାଉଟି ସାମଗ୍ରୀ ଦେବାରେ ହେରଫେର କରୁଥିବା କର୍ମଚାରୀଙ୍କ ପ୍ରତି ବିଡ଼ିଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କିହିଛି ବିଜେପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.