ପୁରୀ: ମା' ରାମଚଣ୍ଡୀଙ୍କ ପୀଠରେ ପାର୍କିଂ ଟେଣ୍ଡରକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗୋପ ବ୍ଲକ ବିଡ଼ିଓ ସେବାୟତଙ୍କ ମତାମତ ନ ନେଇ ପାର୍କିଂ ଟେଣ୍ଡର ଡାକି ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ଦିର କମିଟିକୁ ଟେଣ୍ଡ ନଦେଇ ବାହାର ଲୋକଙ୍କୁ ଟେଣ୍ଡର ଦିଆଯାଇବା ପଦକ୍ଷେପକୁ ରୋକିବା ପାଇଁ ଦାବି ହୋଇଛି ।
ସୂଚନା ଅନୁଯାୟୀ ମା' ରାମ ଚଣ୍ଡୀଙ୍କ ପୀଠରେ ଦୀର୍ଘ ବର୍ଷ ହେବ ମନ୍ଦିର କମିଟି ବାଇକ ପାର୍କିଂ ଷ୍ଟାଣ୍ଡର ଟେଣ୍ଡର କରି ନିଲାମ ଦେଇଥାଏ । ନିଲାମ ଅର୍ଥ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ଶୃଙ୍ଖଳିତ ନିତୀକାନ୍ତିରେ ଲାଗିଥାଏ । ହେଲେ ଚଳିତ ବର୍ଷ ପୁରୀ ଜିଲ୍ଲା ଗୋପ ବ୍ଳକ ବିଡିଓ ସେବାୟତଙ୍କ ସହିତ ଆଲୋଚନା ନ କରି ପାର୍କିଂ ପାଇଁ ଟେଣ୍ଡର ଆହ୍ଵାନ କରିଛନ୍ତି । ଦୀର୍ଘ ବର୍ଷ ହେବ ମା' ରାମ ଚଣ୍ଡୀ ମନ୍ଦିର ଉନ୍ନୟନ କମିଟି ପାର୍କିଂ ଟେଣ୍ଡର ଡାକି ମିଳୁଥିବା ଅର୍ଥରେ ମନ୍ଦିରର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରୁଥିଲେ । ହେଲେ ଏଥର ବାହାର ଲୋକଙ୍କୁ ଟେଣ୍ଡର ଦେବାକୁ ପଦକ୍ଷେପ ନିଆଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ମା' ରାମ ଚଣ୍ଡୀଙ୍କ ପୂଜକ । ଏହି ପଦକ୍ଷେପକୁ ଯଥା ଶୀଘ୍ର ରୋକା ଯାଇ ପୂର୍ବ ଭଳି ମନ୍ଦିର କମିଟିକୁ ପାର୍କିଂ ପରିଚାଳନା କରିବା ଦାୟିତ୍ବ ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, ପୁରୀ