ପୁରୀ: ପୁଣି ଜାତୀୟ ପତାକାକୁ ଅସମ୍ମାନ । ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ଗ୍ରାମ ସେବକ ଦେଶର ଗର୍ବ ଓ ଗୌରବ ଜାତୀୟ ପତାକାକୁ କରିଛନ୍ତି ଅସମ୍ମାନ । ଜାତୀୟ ପତାକାକୁ ଅସମ୍ମାନ କରିବା ଭିଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ସବୁ ଆଡ଼େ ସମାଲୋଚନା ପରେ ପ୍ରଶାନ୍ତ ଗଣମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ଭୁଲ ଅକ୍ଷମଣୀୟ ହୋଇଥିବା ବେଳେ ସେ ଅଜଣାତରେ ଭୁଲ୍ କରିଥିବା ନେଇ କହିଛନ୍ତି । ସେପଟେ ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣା ଜଣାପଡିବା ପରେ କୋଣାର୍କ ପୋଲିସ୍ ପ୍ରଶାନ୍ତଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ତେବେ ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ଗ୍ରାମ ସେବକ ଦେଶର ଗର୍ବ ଓ ଗୌରବ ଜାତୀୟ ପତାକାକୁ ମୋଡ଼ି ମକଚି ସେଥିରେ ଚେୟାର ଟେବୁଲ୍ ସଫା କରିବା ସହ ଅଳନ୍ଦୁ ଝାଡ଼ିବା ଓ ମୋବାଇଲ ପୋଛାରେ ଲଗାଇଥିଲେ । ଏହି କାର୍ଯ୍ୟ କରୁଥିବା ବେଳର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେବା ପରେ ଏଭଳି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏହା ପରେ ତାଙ୍କୁ କୋଣାର୍କ ପୋଲିସ୍ ଅଟକ ରଖି ତଦନ୍ତ କରିଥିଲା ଏବଂ ପରେ ତାଙ୍କୁ ଗିରଫ କରିଛନ୍ତି ।
ଇଟିଭି ଭାରତ, ପୁରୀ