ETV Bharat / state

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ, ପାଟରା ସେବାୟତ ନିଲମ୍ବିତ - VIRAL PHOTO

ଶ୍ରୀମନ୍ଦିର ମଧ୍ୟରେ ଥିବା ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନରେ ମହାପ୍ରଭୁଙ୍କ ପଇତା ତିଆରି ସମୟର ଫଟୋ ଭାଇରାଲ ହୋଇଛି । ଜଣେ ପାଟରା ସେବାୟତ ଅଶୋକ ପାତ୍ର ସେଠାରେ ଏହି ସେଲ୍ଫି ଉଠାଇଥିବା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 20, 2019, 12:07 PM IST

ପୁରୀ: ଶ୍ରୀମନ୍ଦିର ଭିତରର ଫଟୋ ପୁଣି ଭାଇରାଲ ହୋଇଛି । ମା ଲକ୍ଷ୍ମୀଙ୍କ ମନ୍ଦିର ଭିତର ଜଗମୋହନରେ ମହାପ୍ରଭୁଙ୍କ ପଇତା ତିଆରି ସମୟର ଫଟୋ ଭାଇରାଲ ହୋଇଛି । ଜଣେ ପାଟରା ସେବାୟତ ଅଶୋକ ପାତ୍ର ସେଠାରେ ଏହି ସେଲ୍ଫି ଉଠାଇଥିବା ଦେଖିବାକୁ ମିଳୁଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ପାଟରା ନିଯୋଗ ସେବାୟତ ପାତ୍ରଙ୍କୁ ନିଲମ୍ବନ କରିଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ପାଇଁ କଟକଣା ଜାରି କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାରକୁ ମଧ୍ୟ ନିଷେଧ କରାଯାଇଛି । ଏହା ପରେ ମଧ୍ୟ ଅନେକ ସମୟରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ପୂର୍ବରୁ ପୋଲିସ କର୍ମଚାରୀ ଓ ସେବାୟତମାନେ ନିୟମ ଉଲଙ୍ଘନ କରି ଭିତରେ ଫଟୋ ଉଠାଇଥିବା ଅନେକ ନଜିର ରହିଛି ।

ଏଥିପାଇଁ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତଙ୍କ ପାଇଁ ଆଇନ ସମାନ ହୋଇଥିବାବେଳେ ସେବାୟତମାନେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି । ତେଣୁ ଦ୍ବାର ନିକଟରେ ମୋବାଇଲ ଯାଞ୍ଚକୁ କଡାକଡି କରିବାକୁ ଦାବି ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.