ETV Bharat / state

Puri Fire Incident: ମହାପ୍ରଭୁଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ, ଖୁବଶୀଘ୍ର କରାଯିବ ଉଚ୍ଛେଦ

ପୁରୀ ବଡ଼ଦାଣ୍ଡରେ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଆସିଲା ତଦନ୍ତ ରିପୋର୍ଟ । ଏହି ମାର୍କେଟ କମ୍ପ୍ଲେକ୍ସ ପ୍ରଭୁ ଜଗନ୍ନାଥଙ୍କ ଜମିରେ ହୋଇଥିବା ବେଲେ ଖୁବଶୀଘ୍ର ଏହାକୁ ଉଚ୍ଛେଦ କରାଯିବ । ଅଧିକ ପଢନ୍ତୁ

author img

By

Published : Mar 14, 2023, 5:28 PM IST

Illegally built Samrat market complex
Illegally built Samrat market complex
ମହାପ୍ରଭୁଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ, ଖୁବଶୀଘ୍ର କରାଯିବ ଉଚ୍ଛେଦ

ପୁରୀ: ବଡ଼ଦାଣ୍ଡରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା । ଏହାର ତଦନ୍ତ ରିପୋର୍ଟ ମାର୍କେଟ କମ୍ପ୍ଲେକ୍ସ ମାଲିକଙ୍କୁ ବେଶ ମହଙ୍ଗା ପଡ଼ିଛି । ଅଗ୍ନିକାଣ୍ଡ ଘଟଣା ପରେ ବିଭିନ୍ନ ଦିଗକୁ ତଦନ୍ତ କରାଯାଇଥିବା ବେଳେ ମାର୍କେଟ କମ୍ପ୍ଲେକ୍ସ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡିଛି । ଏଥିଲାଗି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସକୁ ଉଚ୍ଛେଦ କରାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏନେଇ ପୁରୀ ତହସିଲଦାରଙ୍କୁ ଚିଠି ଲେଖାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ମହାପ୍ରଭୁଙ୍କ ଜମିକୁ ଉଦ୍ଧାର କରିବା ପାଇଁ ପୁରୀ ତହସିଲଦାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଉକ୍ତ ମାର୍କେଟ କମ୍ପ୍ଲେକ୍ସକୁ ଉଚ୍ଛେଦ କରି ଜମି ଫେରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପୁରୀ ତହସିଲଦାରଙ୍କୁ ଚିଠି ଲେଖିଛି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଜବର ଦଖଲ କରି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିବାରୁ ଏହି କୋଠାକୁ ଭଙ୍ଗାଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ରିପୋର୍ଟ ପାଇଲା ପ୍ରଶାସନ, ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ

ସେ କହିଛନ୍ତି, "ପୁରୀ ଚୂଡଙ୍ଗ ସାହୀ ମୌଜା ଖତୀୟାନ କ୍ରମିକ ନମ୍ବର ୬୭ ଅନ୍ତର୍ଭୁକ୍ତ ଉକ୍ତ ଜମି । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମଟି ନାମରେ ସ୍ଵତ ସ୍ଥିତିବାନ ପ୍ଲଟ ରହିଛି । ସମ୍ରାଟ କମ୍ପ୍ଲେକ୍ସ ରହିଥିବା ଜମିରୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ରହିଛି ୨୨ ଡିସିମିଲ ଜମି । ଘରୋଇ ମାଲିକଙ୍କ ନାମରେ ୩ ଡିସିମିଲ ଜମି ରହିଛି ।ତେବେ ଉକ୍ତ ବ୍ୟକ୍ତି କେମିତି କେଉଁ ହିସାବରେ ୩ ଡିସିମିଲ ଜମି ଦଖଲ କରିଛନ୍ତି ଏହାର ତଦାରଖ ଚାଲିଛି । ତେବେ ଏତେ ବର୍ଷ ହେବ ସମ୍ରାଟ କମ୍ପ୍ଲେକ୍ସ ହାତରେ ମହାପ୍ରଭୁଙ୍କ ଜମି ଥିବା ବେଳେ କାହିଁକି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଚୁପ ବସିଥିଲା ସେ ନେଇ କିନ୍ତି ସନ୍ତୋଷଜନକ ପ୍ରତିକ୍ରିୟା ଦେଇନାହାନ୍ତି ଅଜୟ ।

ଅଗ୍ନିକାଣ୍ଡ ଘଟଣା ପରେ ପ୍ରଶାସନ ତଦନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ ଅବଗତ ପରେ ଏହାର ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ବଡଦାଣ୍ଡରେ ଥିବା ସମ୍ରାଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା ପରେ କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ଘଟଣାସ୍ଥଳ ପରିଦର୍ଶନ କରି ପ୍ରଶାସନିକ ତଦନ୍ତର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ତେବେ ସମ୍ରାଟ କମ୍ପ୍ଲେକ୍ସ ହାତକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି କିଭଳି ଗଲା, ଏହା ପଛରେ କେଉଁ ପ୍ରଶାସନିକ ଅଧିକାରୀଙ୍କ ହାତ ରହିଛି ସେ ନେଇ ଆରଡିସି ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀର ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.