ପୁରୀ: ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା କଲା ସ୍ବାମୀ । ନିଜର ତଣ୍ଟି କାଟି ପନ୍ତ୍ରୀ ଗୁରୁତର । ପାରିବାରିକ କହଳକୁ କେନ୍ଦ୍ରକରି ପିପିଲି ଥାନା ଅନ୍ତର୍ଗତ ନିର୍ମଳା ଗ୍ରାମରେ ଘଟିଯାଇଛି ଏହି ଅଭାବନୀୟ ଘଟଣା l ମୃତ ବ୍ୟକ୍ତି ହେଉଛନ୍ତି ବ୍ରଜକିଶୋର ସାହୁ (62) l ଗୁରୁତର ଅବସ୍ଥାରେ ପତ୍ନୀ ସାବିତ୍ରୀ ସାହୁ ଏବେ ଡାକ୍ତରଖାନାରେ ଭର୍ତ୍ତି l
ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି l ପିପିଲି ପୋଲିସ ଓ ସାତଶଙ୍ଖ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ