ETV Bharat / state

ହସ୍ପିଟାଲରେ ସ୍ତ୍ରୀର ମୃତଦେହ ଛାଡି ସ୍ବାମୀ ଫେରାର, ଥାନାରେ ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Oct 8, 2023, 9:32 AM IST

Updated : Oct 8, 2023, 3:04 PM IST

ମୃତ ସ୍ତ୍ରୀକୁ ଛାଡି ହସ୍ପିଟାଲରୁ ସ୍ବାମୀ ଫେରାର। ହତ୍ୟାକାଣ୍ଡ ସନ୍ଦେହରେ ସ୍ବାମୀକୁ ଧରି ପୋଲିସର ତନାଘନା । ଅଧିକ ପଢନ୍ତୁ

Etv Bharat
Etv Bharat
ହସ୍ପିଟାଲରେ ସ୍ତ୍ରୀର ମୃତଦେହ ଛାଡି ସ୍ବାମୀ ଫେରାର

ପୁରୀ: ସ୍ତ୍ରୀର ମୃତଦେହକୁ ହସ୍ପିଟାଲରେ ଚାଡି ସ୍ବାମୀ ହୋଇଗଲା ଫେରାର । ମୃତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ । ମୃତ ମହିଳା ହେଉଛନ୍ତି ନିବେଦିତା । ପୁରୀ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡି ସ୍ବାମୀ ଫେରାର

ଅଭିଯୋଗ ମୁତାବକ, ନୟାଗଡ଼ର ରଞ୍ଜିତ ସାହୁ ଗତ ୮ ମାସ ତଳେ ଗଡିସାଗଦା ବିଲପାଟଣାର ୨୯ ବର୍ଷୀୟା ନିବେଦିତା ପରିଡାଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ଵାମୀଙ୍କ ସହ ସେ ଆସି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ ଭଡ଼ାରେ ରହୁଥିଲେ । ତେବେ ଶନିବାର ସକାଳୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହ୍ବାରୁ ଉତ୍ୟକ୍ତ ହୋଇ ରଞ୍ଜିତ ନିବେଦିତାଙ୍କୁ ମାଡ଼ ମାରି ଭଡାଘରେ ବନ୍ଦ କରି ଚାଲି ଯାଇଥିଲେ। କିଛି ସମୟ ପରେ ରଞ୍ଜିତ ଘରକୁ ଫେରି ନିବେଦିତା ଅଚେତ୍ ଅବସ୍ଥାରେ ପଡିଥିବାର ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ନିବେଦିତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ରଞ୍ଜିତ ସ୍ତ୍ରୀ ନିବେଦିତାଙ୍କୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଯୌତୁକ ଜୁଇରେ ଜଳିଗଲେ ମହିଳା, ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଏନେଇ ଖବର ପାଇ ଟାଉନ ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିବା ବେଳେ ସେ ଥାନାରେ ଆତ୍ମସମର୍ପଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତ ନିବେଦିତାଙ୍କ ବେକରେ ଏକ ଦାଗ ଥିବାରୁ ସ୍ବାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହିପରି ସ୍ତ୍ରୀର ମୃତ୍ୟୁ ପରେ ସ୍ଵାମୀ ଫେରାର ହୋଇଯିବା ଘଟଣାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ମୃତ ନିବେଦିତଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦିତାଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ତେବେ ନିବେଦିତାଙ୍କ ମୃତ୍ୟୁ କିପରି ହେଲା ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସନ୍ଦେହ ଘେରରେ ।

ଇଟିଭି ଭାରତ, ପୁରୀ

Last Updated : Oct 8, 2023, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.