ETV Bharat / technology

SpaceX ଷ୍ଟାରସିପର 6ଷ୍ଠ ସଫଳ ପରୀକ୍ଷଣ; କିନ୍ତୁ... - STARSHIP 6TH TEST FLIGHT

ଦୁନିଆର ସବୁଠୁ ଶକ୍ତିଶାଳୀ ଲଞ୍ଚ ଭେହିକଲ ଷ୍ଟାରସିପର 6ଷ୍ଠ ଥର ଲାଗି ସଫଳ ପରୀକ୍ଷଣ ହୋଇଛି । ହେଲେ ବୁଷ୍ଟର କ୍ୟାଚ୍‌ କରିବାରେ ହେଲା ବିଫଳ । ଅଧିକ ପଢନ୍ତୁ

SpaceX Starship Launch
SpaceX Starship Launch (Credit- X/SpaceX)
author img

By ETV Bharat Tech Team

Published : Nov 20, 2024, 2:53 PM IST

ହାଇଦ୍ରାବାଦ: ଦୁନିଆର ସବୁଠୁ ଧନୀ ଉଦ୍ୟୋଗପତି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶଏକ୍ସ (SpaceX) ନିଜର ସବୁଠାରୁ ଶକ୍ତିଶାଳୀ ଲଞ୍ଚ ଯାନ ଷ୍ଟାରସିପ (Starship)ର ମଙ୍ଗଳବାର ଆଉ ଏକ ଟେଷ୍ଟ କରିଛି । ଏହା ଷ୍ଟାରସିପର 6ଷ୍ଠ ଥର ପାଇଁ ସଫଳ ପରୀକ୍ଷଣ ହୋଇଛି । 121ମିଟର ଲମ୍ବା ରକେଟ ବୁଷ୍ଟର ଷ୍ଟେଜରେ ବିଫଳ ହୋଇଛି ସତ କିନ୍ତୁ ଶେଷରେ ସଫଳତାପୂର୍ବକ ଭାରତ ମହାସାଗରରେ ଅବତରଣ କରିଛି ।

ଷ୍ଟାରସିପ ଏଯାବତ ଦୁନିଆର ସବୁଠୁ ଶକ୍ତିଶାଳୀ ଲଞ୍ଚ୍‌ ଭେହିକଲ ଭାବେ ଜଣାଯାଏ । ମଙ୍ଗଳବାର ପ୍ରାୟ 400ଫୁଟ ବା 121 ମିଟର ଲମ୍ବା ରକେଟକୁ ଟେକ୍ସାସର ବ୍ରାଉନ୍ସଭିଲ୍ଲେ ସ୍ଥିତ ସ୍ପେଶଏକ୍ସର ଷ୍ଟାରବେସ୍‌ରୁ ଉତକ୍ଷେପଣ କରଯାଇଥିଲା । ରକେଟଟି ନିଜର ବିଶାଳକାୟ ବୁଷ୍ଟରକୁ ରିକଭର କରିବାରେ ବିଫଳ ହୋଇଛି । କିନ୍ତୁ ଏହାପରେ ଷ୍ଟାରସିପ ସଫଳତାର ସହିତ ଭାରତ ମହାସାଗରରେ ଅବତରଣ କରିଥିବା ସ୍ପେଶଏକ୍ସ ପକ୍ଷରୁ X ହ୍ୟାଣ୍ଡେଲରେ ଭିଡିଓ ବାର୍ତ୍ତା ଦିଆଯାଇଛି । ଷ୍ଟାରସିପ ଲଞ୍ଚ ସମୟରେ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ
  1. ଏବେ ବିମାନରେ ବି ଚାଲିବ ଇଣ୍ଟରନେଟ୍‌; SpaceX ଲଞ୍ଚ କଲା ଭାରତୀୟ ସାଟେଲାଇଟ GSAT-20
  2. ପିନାକା ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କଲା DRDO

ଏ ନେଇ ସ୍ପେଶଏକ୍ସର ମୁଖ୍ୟ ତଥା ବିଶିଷ୍ଟ ଉଦ୍ୟୋଗପତି ଏଲନ ମସ୍କଙ୍କ କହିଛନ୍ତି ଯେ ଆଗକୁ ଷ୍ଟାରସିପକୁ ସମୁଦ୍ରରେ ଅବତରଣ କରିବା ଲାଗି ଆଉ ଏକ ଟେଷ୍ଟ କରାଯିବ । ଯଦି ସେହି ପରୀକ୍ଷା ସଫଳ ହୁଏ ତେବେ ସ୍ପେଶ୍‌ଏକ୍ସ ତାର ଲଞ୍ଚ ଟାୱାରର ବାହୁରେ ଷ୍ଟାରସିପ୍ ଅବତରଣ କରିବାକୁ ଚେଷ୍ଟା କରିବ ।

ବୁଷ୍ଟର ରିକଭରିରେ ସମସ୍ୟା:-

ମଙ୍ଗଳବାର ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଏଲନ୍ ମସ୍କଙ୍କ ସହ ଷ୍ଟାରବେସରେ ବୁଷ୍ଟର୍ କ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିଲେ କିନ୍ତୁ ଷ୍ଟାରସିପ୍‌ର ସୁପର ହେଭି ବୁଷ୍ଟର୍ ପୂର୍ବ ପରୀକ୍ଷଣ ଭଳି ଏଥର ସଫଳ ହୋଇପାରିନଥିଲା । ବୁଷ୍ଟର୍ ଧରିବା ପାଇଁ ବୈଷୟିକ ପାରାମିଟରଗୁଡିକ ଅନୁପଯୁକ୍ତ ଥିବାରୁ ସ୍ପେଶଏକ୍ସ ଏହାକୁ ସମୁଦ୍ରରେ ଅବତରଣ କରିବାକୁ ସ୍ଥିର କଲା । ଏହା ପରେ ସୁପର ହେଭି ବୁଷ୍ଟର୍ ମେକ୍ସିକୋ ଗଲ୍ଫରେ ଅବତରଣ କରିଥିଲା ।

ପାଣିରେ ବୁଷ୍ଟର ଲ୍ୟାଣ୍ଡିଂ ସଫଳ:-

ଷ୍ଟାରସିପକୁ ଭାରତୀୟ ସମୟ ବୁଧବାର ଭୋର 3ଟା 30ମିନିଟରେ 6ଷ୍ଠ ଥର ଲାଗି ଲଞ୍ଚ କରାଯାଇଥିଲା । କିନ୍ତୁ ଏହାର ବୈଷୟିକ ମାପଦଣ୍ଡରେ ଗଡ଼ବଡ଼ି ଯୋଗୁଁ ଷ୍ଟାରସିପ ସହିତ ସୁପର ହେଭି ବୁଷ୍ଟରକୁ ମଧ୍ୟ ପାଣିରେ ଅବତରଣ କରାଯାଇଥିଲା ।

ଯେତେବେଳେ ବୁଷ୍ଟର କ୍ୟାଚ୍‌ ସଫଳ ହୋଇଥିଲା:-

ଗତ ଅକ୍ଟୋବର 13 ତାରିଖରେ ଷ୍ଟାରସିପର ପଞ୍ଚମ ଥର ପରୀକ୍ଷଣ କରାଯାଇଥିଲା । ଏହାକୁ ପୃଥିବୀଠାରୁ 96କିମି ଦୂରକୁ ପଠାଯାଇଥିଲା । ସେତେବେଳେ ବୁଷ୍ଟର ସବୁଠୁ ଶକ୍ତିଶାଳୀ ଷ୍ଟାରସିପକୁ ମହାକାଶକୁ ପଠାଇ ପୁଣି ସଫଳତାର ସହିତ ପୃଥିବୀକୁ ଫେରିଥିଲା । ଯାହାକି ଐତିହାସିକ ଥିଲା । କାରଣ ଏହା ପ୍ରଥମ ଥିଲା, ଯେତେବେଳେ କୌଣସି ଏକ ରକେଟକୁ ମହାକାଶକୁ ପଠାଇ ପୃଥିବୀକୁ ସଫଳତାର ସହିତ ଫେରିଥିଲା ରକେଟ୍‌ । ସ୍ପେଶଏକ୍ସର ଏହି ବୁଷ୍ଟରର 'କଣ୍ଟ୍ରୋଲଡ୍‌ ଲ୍ୟାଣ୍ଡିଂ' କରିଥିଲା । ବୁଷ୍ଟର ପୃଥିବୀକୁ ଫେରି ଲଞ୍ଚ୍‌ ଟାୱାରରେ ନିର୍ମିତ 'ଚପ୍‌ଷ୍ଟିକ' ସାହାଯ୍ୟରେ କ୍ୟାଚ୍‌ କରାଯାଇଥିଲା ।

କାହିଁକି ଲଞ୍ଚବେସ୍‌ରେ ଉପସ୍ଥିତ ଥିଲେ ଟ୍ରମ୍ପ ?

ସୂଚନା ଥାଉ କି ଏଲନ ମସ୍କ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଘନିଷ୍ଠ ବନ୍ଧୁତା ରହିଛି । ନିକଟରେ ଶେଷ ହୋଇଥିବ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏଲନ ମସ୍କ ପ୍ରଚାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.