ପୁରୀ: ସନ୍ଦେହୀ ସ୍ଵାମୀର ନାରକୀୟ କାଣ୍ଡ । ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା । ଶେଷରେ ରକ୍ତରେ ଭିଜାଇଦେଲା ସାତ ଜନ୍ମର ପବିତ୍ର ସମ୍ପର୍କକୁ । କଟୁରୀରେ ପତ୍ନୀର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛି ପିଶାଚ ସ୍ବାମୀ । କେବଳ ହତ୍ୟାରେ ସୀମିତ ନଥିଲା ସନ୍ଦେହୀ ସ୍ଵାମୀର କାଣ୍ଡ । ରାକ୍ଷସ ସାଜି ହତ୍ୟା କରିବା ପରେ ସ୍ତ୍ରୀର କଟା ମୁଣ୍ଡକୁ ବ୍ୟାଗରେ ଧରି ଥାନାରେ ପହଁଚିଥିଲା ପତୀ ।
ଅସ୍ତରଙ୍ଗ ରାଇବେରୁହାଁ ଗ୍ରାମର ହାଡିବନ୍ଧୁଙ୍କ ପୁଅ ଗଣେଶ ବେଉରା ନିଜ ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ରବିବାର ରାତିରେ ନିର୍ମମ ଭାବରେ ହତ୍ୟା କରିଥିଲା । ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗାଳିଗୁଲଜ ହେବା ପରେ ସ୍ଵାମୀଙ୍କ ମାଡ ରେ ପତ୍ନୀ ଅଚେତ ହୋଇପଡିଥିଲେ । ପରେ କୌଣସିମତେ ଖବର ପାଇ ଘଟଣାସ୍ଥଳରେ କିଛି ଗ୍ରାମବାସୀ ପହଞ୍ଚି ବାପିକୁ ବୁଝାସୁଝା କରି ତାର ପତ୍ନୀ କୁ ଡାକ୍ତରଖାନା ନେବା ପାଇଁ ଗାଡି ଡାକିବାକୁ ଯାଇଥିଲେ । କିନ୍ତୁ ଗ୍ରାମବାସୀ ଗାଡି ଡାକିବା ପୂର୍ବରୁ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲା ସ୍ଵାମୀ ଗଣେଶ ଓରଫ ବାପି । ଏକ ଧାରୁଅ। କଟୁରୀ ରେ ନିଜ ପତ୍ନୀର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । କେବଳ ମୁଣ୍ଡରୁ ଗଣ୍ଡକୁ ଅଲଗା କରିନଥିଲା କଟାମୁଣ୍ଡକୁ ଏକ ବ୍ୟାଗରେ ରଖି ଘର ଠାରୁ ପ୍ରାୟ 8 କିଲୋମିଟର ଦୂର ଅସ୍ତରଙ୍ଗ ଥାନାରେ କଟା ମୁଣ୍ଡ ନେଇ ପହଂଚିଥିଲା ହତ୍ୟାକାରୀ ।
ପରେ ପୋଲିସ କଟାମୁଣ୍ଡ ସହିତ ସ୍ଵାମୀକୁ ଗିରଫ କରି ଘଟଣାର ତଦନ୍ତ କରିଥିବା ବେଳେ ସୋମବାର ସାଇଣ୍ଟିପିକ ଟିମ ଘଟଣାସ୍ଥରେ ପହଂଚି ହତ୍ୟାକାଣ୍ଡ ଘଟିଥିବା ଘରର ବିଭିନ୍ନ ଅଂଶ କୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ହତ୍ୟାକାଣ୍ଡ ଘଟିବା ପରେ ଘରେ କୌଣସି ଲୋକ ନଥିବା ବେଳେ ହତ୍ୟାକାଣ୍ଡରେ ପରିବାର ସଂପୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହିତ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି ମଧ୍ୟ କରିଛନ୍ତି ।
ସେପଟେ ହତ୍ୟା ପଛର କାରଣ ସନ୍ଦେହ ଓ ଅଧିକ ଯୌତୁକ ପାଇଁ ହେ।ଇଛି ବୋଲି ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଉଭୟ ସ୍ଵାମୀ ଓ ପତ୍ନୀ ପୂର୍ବରୁ ଚେନ୍ନାଇରେ ରହି ଆସୁଥିଲେ । ସେଠାରେ ତାଙ୍କର ବ୍ୟବସାୟ ଥିବା ବେଳେ ସ୍ଵାମୀ ନିଜ ପତ୍ନୀକୁ ସବୁବେଳେ ସନ୍ଦେହ ନଜରରେ ଦେଖୁଥିଲା । ଏକ ମାସ ତଳେ ଉଭୟେ ଗଁ।କୁ ଅ।ସିଥିବା ବେଳେ ପତ୍ନୀ ନିଜ ବାପ ଘରେ 19 ମାସ ର ପୁଅକୁ ନେଇ ରହୁଥିଲେ । କିନ୍ତୁ ମାତ୍ର 4 ଦିନ ତଳେ ଶ୍ବଶୁରଘରକୁ ଯାଇ ନିଜ ପତ୍ନୀକୁ ଆଣିଥିଲା ସ୍ଵାମୀ । ତେବେ ରବିବାର ଏଭଳି କାଣ୍ଡ ଘଟାଇଛି ବୋଲି ମୃତକଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ସେପଟେ ଅସ୍ତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛି । ଅଭିଯୁକ୍ତ କୁ ଗିରଫ କର।ଯାଇ ବିଭିନ୍ନ ଦିଗକୁ ଦୁଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ