ETV Bharat / state

17 ଦିନରେ ପହଞ୍ଚିଲା ଫନି କ୍ଷତିଗ୍ରସ୍ତଙ୍କ ଅନଶନ - Hunger strike of 'Fani' victims

ପୁରୀ ଜିଲ୍ଲାରେ ଫନି କ୍ଷତିଗ୍ରସ୍ତଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ 17 ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

Hunger strike of the 'Fani' victims arrived in 17 days
17 ଦିନରେ ପହଞ୍ଚିଲା ଫନି କ୍ଷତିଗ୍ରସ୍ତଙ୍କ ଅନଶନ
author img

By

Published : Dec 18, 2020, 7:06 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଫନି କ୍ଷତିଗ୍ରସ୍ତଙ୍କ ଅନଶନ 17 ଦିନରେ ପହଞ୍ଚିଛି । ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦାବି ପୂରଣ ନ ହେଲେ ଆସନ୍ତା 22 ତାରିଖରେ ବ୍ଲକ୍‌ ଘେରାଉ କରିବେ ବୋଲି ଆନ୍ଦୋଳନକାରୀମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶୁକ୍ରବାର ଚେତାବନୀ ଦେଇଛନ୍ତି ।

17 ଦିନରେ ପହଞ୍ଚିଲା ଫନି କ୍ଷତିଗ୍ରସ୍ତଙ୍କ ଅନଶନ

ଗତ ଡିସେମ୍ବର 2 ତାରିଖରୁ ଫନି କ୍ଷତିଗ୍ରସ୍ତମାନେ ବ୍ଲକ୍‌ ସମ୍ମୁଖରେ ଦିନରାତି ଶାନ୍ତିପୂର୍ଣ୍ଣ ଭାବେ ଅନଶନ କରିଲେ ମଧ୍ୟ ତାଙ୍କ ଦାବି ଶୁଣି ନାହାନ୍ତି । ତେବେ ସେମାନଙ୍କର ଦାବି ଗୁଡିକ ହେଉଛି ହିତାଧିକାରୀଙ୍କ ତାଲିକାକୁ ସାର୍ବଜନୀନ କରାଯାଉ, ଏଥିରେ ଦୁର୍ନୀତି କରିଥିବା ଲାଞ୍ଚୁଆ ଅଧିକାରୀମାନଙ୍କ ଛଟେଇ, କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ରାଶି ବଣ୍ଟନ ଆଦି ଦାବି ଉପସ୍ଥାପନା କରାଯାଇଛି ।

ଏହି ଆନ୍ଦୋଳନକାରୀଙ୍କ ଦାବି କେହି ଶୁଣିନଥିବା ବେଳେ ଆସନ୍ତା 22 ତାରିଖରେ ସେମାନେ ବ୍ରହ୍ମଗିରି ତହସିଲ ଘେରାଉ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିସ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.