ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ, ଜଗା ଦର୍ଶନ ପାଇଁ ଛଟପଟ ଭକ୍ତ

author img

By

Published : May 20, 2023, 10:32 AM IST

Updated : May 20, 2023, 11:38 AM IST

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ନୀତି । ଦ୍ବାରଫିଟା ନୀତିରୁ ବିଳମ୍ବ ହେବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ । ସେପଟେ ନୀତି ନିର୍ଘଣ୍ଟ ଚୁଡାନ୍ତ ଓ ଶୃଙ୍ଖଳିତ ନୀତି କାନ୍ତି କରିବା ପାଇଁ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସିବ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ନୀତି ବିଳମ୍ବ
ମହାପ୍ରଭୁଙ୍କ ନୀତି ବିଳମ୍ବ
rituals delay in Puri srimandir

ପୁରୀ: ପୁଣି ଆଜି ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଛି । ଫଳରେ ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତ ଅପେକ୍ଷାରତ ରହିଛନ୍ତି । ଗତ କିଛି ଦିନ ହେବ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ପୁଣି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଭକ୍ତମାନେ ଖରାରେ ଛିଡା କାଳିଆ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ।

ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଗତକାଲି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ପାଇଁ ଜଳ କ୍ରୀଡା ନୀତି ରହିଥିଲା । ଏହା ଛଡ଼ା ସାବିତ୍ରୀ ଅମାବାସ୍ୟା, ମହାପ୍ରଭୁଙ୍କ ସାଗର ବିଜେ ନୀତି ମଧ୍ୟ ଥିଲା । ଗତକାଲି(ଶୁକ୍ରବାର) ରାତି 8ଟା 20ରେ ଜଳ କ୍ରୀଡା ନୀତି ଶେଷ ହୋଇଥିଲା । ପରେ ମଧ୍ୟାହ୍ନ ଧୂପ ନୀତି ହୋଇଥିଲା । ରାତି 10ଟାରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା । ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇ ରାତି 3ଟା 40ରେ ବଡ଼ ସିଂହାର ବେଶ, ପରେ ଭୋଗ ଓ ପରେ ଭୋର 4 ଟା 30ରେ ରାତ୍ର ପହୁଡ଼ ହୋଇଥିଲା । ଶୁକ୍ରବାର ନୀତି ବିଳମ୍ବ ହେବା ଫଳରେ ଆଜି ମଧ୍ୟ ବିଳମ୍ବ ହୋଇଛି । ସକାଳ ୬ଟା ୫୫ ମଧ୍ୟରେ ଦ୍ବାରଫିଟା ନୀତି କରାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ: ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ CMO; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ପରାମର୍ଶ

2 ଘଣ୍ଟା ବିଳମ୍ବରେ ଦ୍ବାରଫିଟା: ସାଧାରଣ ଦିନରେ ଭୋର୍ 5ଟା ସୁଦ୍ଧା ଦ୍ଵାର ଫିଟା ନୀତି ହେଇଥାଏ । ପାଖାପାଖି 2 ଘଣ୍ଟା ଦ୍ଵାର ଫିଟା ନୀତି ବିଳମ୍ୱ ଫଳରେ ମହାପ୍ରଭୁ ମଙ୍ଗଳ ଆଳତୀ ସହ ସକାଳୁ ଅନ୍ୟାନ୍ୟ ନୀତି ଅହେତୁକ ବିଳମ୍ୱ ହୋଇଥିଲା । ଫଳରେ ସକାଳୁ ଆସିଥିବା ଭକ୍ତ ବ୍ୟାରିକେଡରେ ଦୀର୍ଘ ତିନି ଘଣ୍ଟା କାଳ ଠିଆ ହୋଇ ରହିଥିଲେ । ତେବେ ଯେଉଁ ଦିନ ମହାପ୍ରଭୁଙ୍କ ବିଭିନ୍ନ ପର୍ବ ପର୍ବାଣୀ ରହିଛି ସେହିଦିନ ଭକ୍ତଙ୍କ ଦର୍ଶନ ଓ ବିଭିନ୍ନ ସ୍ଵତନ୍ତ୍ର ନୀତି ଯୋଗୁଁ ମହାପ୍ରଭୁଙ୍କ ନୀତିରେ ବିଳମ୍ୱ ହେଉଥିବା ଦେଖାଯାଇଛି । ଏହାକୁ କିଭଳି ସୁଧାରି ହେବ ସେବାୟତ ଓ ଛତିଶା ନିଯୋଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟପଟେ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ନେଇ ସୂଚନା ରହିଛି ।

ଆଜି ବସିବ ଛତିଶା ନିଯୋଗ ବୈଠକ: ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନ ୫ଟାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବୈଠକ ହେବା ନେଇ ସ୍ଥିର କରାଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିବେ । ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ନୀତି, ଉନ୍ନୟନ ଓ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଭାଗ ନେବେ । ଆସନ୍ତା ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ଓ ଶୃଙ୍ଖଳିତ ନୀତି କାନ୍ତି କରିବା ନେଇ ଆଲୋଚନା କରାଯିବ । ସେହିପରି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ମଧ୍ୟ ବୈଠକରେ ହୋଇପାରେ ଆଲୋଚନା । ଏହାସହ ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତିରେ ଶୃଙ୍ଖଳା ଆଣିବା, ରଥ ନିର୍ମାଣର ଅଗ୍ରଗତି, ସୁରକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଇଟିଭି ଭାରତ, ପୁରୀ

Last Updated : May 20, 2023, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.