ETV Bharat / state

ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍‌ ଭିଡ

ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ରାଧାରାଣୀଙ୍କ ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

author img

By

Published : Nov 2, 2022, 12:17 PM IST

ସାକ୍ଷୀଗୋପାଳ ରାଧାରାଣୀଙ୍କ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଏହି ଦିନ ଭଗବାନ କୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡିଆଣୀଙ୍କ ବେଶ ବା ରାଧାପାଦ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଏବି ଅନନ୍ୟ ଦିନକୁ ଚାହିଁ ରହିଥିବା ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହୋଇଛି । ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାଧାପାଦ ଦର୍ଶନ ପାଇଁ ଧାଡି ବନ୍ଧି ଛିଡା ହୋଇଛନ୍ତି ଭକ୍ତ । ଦୁଇ ବର୍ଷ କୋରୋନା ପାଇଁ ରାଧାପାଦ ଦର୍ଶନକୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ମାତ୍ର ଚଳିତ ବର୍ଷ ଦର୍ଶନର ସୁଯୋଗ ପାଇଁ ଭକ୍ତଙ୍କ ମନରେ ଆନନ୍ଦରେ ଭରି ଯାଇଛି । ଶଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଅଁଳା ନବମୀ, ସାକ୍ଷୀଗୋପାଳ ରାଧାରାଣୀଙ୍କ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମା'ଙ୍କ ଓଡିଆଣି ବେଶ ଦେଖିବାର ସାନିଧ୍ୟ ଲାଭ କରିଛନ୍ତି । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । କୋରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁ ଚଳିତ ବର୍ଷ ରାଧାପାଦ ଦର୍ଶନର ସୁଯୋଗ ପାଇଛନ୍ତି । ବର୍ଷସାରା ଲୁଗାରେ ଘୋଡାଇ ହୋଇ ରହୁଥିବା ରାଧାଙ୍କର ପାଦପଦ୍ମ ଦ୍ବୟ ବର୍ଷକରେ ଥରେ ଭକ୍ତମାନେ ଦର୍ଶନ କରିଥାନ୍ତି । ସାକ୍ଷୀଗୋପାଳରେ ଅଁଳା ନବମୀରେ ଗୋଟିଏ ବଡ ଯାତ୍ରା । ବିଭିନ୍ନ ସ୍ଥାନରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଏହା ବି ପଢନ୍ତୁ...ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭଗବାନ କୃଷ୍ଣଙ୍କର ନଟବର ବେଶ ଓ ରାଧାରାଣୀଙ୍କ ଓଡିଆଣୀ ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳିଥାଏ । ଦୁଇ ବର୍ଷ ଅନନ୍ତରେ ରାଧାପାଦ ଦର୍ଶନର ସୁଯୋଗ ପାଇ ଭକ୍ତଙ୍କ ମଧ୍ୟରେ ଆବେଗ ଭରି ଯାଇଛି । ଦୂର ଦୂରନ୍ତରୁ ସାକ୍ଷୀଗୋପାଳକୁ ଭକ୍ତଙ୍କ ସୁଅ ଛୁଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.