ETV Bharat / state

ଆସୁଛି ନୂଆବର୍ଷ, ପୁରୀରେ ଜମୁଛି ଭକ୍ତଙ୍କ ଭିଡ

ନୂଆବର୍ଷ ୨୦୨୩ କୁ ସ୍ବାଗତ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ୍ । ନବବର୍ଷକୁ ସେଲିବ୍ରେଟ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀରେ ଦେଖିବାକୁ ମିଳିଛି ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ । ଅଧିକ ପଢନ୍ତୁ

huge crowd
huge crowd
author img

By

Published : Dec 30, 2022, 10:55 PM IST

huge crowd

ପୁରୀ: ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷ ୨୦୨୩ କୁ ସ୍ବାଗତ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ୍। ନବବର୍ଷକୁ ସେଲିବ୍ରେଟ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀରେ ପହଞ୍ଚିଗଲେଣି ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଭକ୍ତଙ୍କ ଲାଗିଛି ଲମ୍ବା ଲାଇନ୍। ଲାଇନରେ ଦୀର୍ଘ ସମୟ ଠିଆ ହେଲେ ମଧ୍ୟ କଷ୍ଟକୁ ଖାତିରି ନ କରି ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଭକ୍ତ।

ତେବେ ନବବର୍ଷ ୨୦୨୩ ନିଜ ପରିବାର ଓ ବିଶ୍ବବାସୀଙ୍କ ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ବର ଦେବତା। ତେଣୁ ତାଙ୍କରି ଶ୍ରୀଚରଣରେ ନିଜକୁ ସମର୍ପିତ କରି ନୂଆବର୍ଷରେ ଏକ ନୂଆ ଧାରାରେ ନିଜର କର୍ମମୟ ଜୀବନକୁ ଆଗେଇ ନେବାକୁ ଆଶା ରଖିଛନ୍ତି।

ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ରେ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏନେଇ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସମସ୍ତ ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ସରିଥିବା ହୋଟେଲିୟର‌ କହିଛନ୍ତି। ସେପଟେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ, ଶ୍ରୀମନ୍ଦିର ନୀତି କାନ୍ତି ଉପରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ବଡଦାଣ୍ଡରେ ଏଲ୍ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଉଛି।

ସେପଟେ ଭକ୍ତଙ୍କ ଅହେତୁକ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଥିବା ବେଳେ ବଡଦାଣ୍ଡରେ ଗହଳି କମାଇବା ପାଇଁ ଡିସେମ୍ବର ୩୧ ଓ ଜାନୁଆରୀ ୧ ଏହି ଦୁଇଦିନ ବଡଦାଣ୍ଡରେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତ ଏବଂ ପର୍ଯ୍ୟଟକ ଯେଭଳି କୌଣସି ଅସୁବିଧା ନ ଭୋଗିବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ଡ, ସମୁଦ୍ର କୂଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମାନେ ମୁତୟନ ରହିବେ ବୋଲି ଏସପି କନୱର ବିଶାଳ ସିଂ କହିଛନ୍ତି।

ଗତ କିଛିଦିନ ତଳେ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା କିଛି ଛାତ୍ରଛାତ୍ରୀ ଅତ୍ୟଧିକ ଭିଡ ଯୋଗୁଁ ଅଣନିଃଶ୍ବାସି ହୋଇ ବାଇଶି ପାହାଚରେ ଅଚେତ୍ ହୋଇପଡ଼ିଥିଲେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।‌ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦିନ ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଭିଡ ହେବାର ସମ୍ଭାବନା ଥିବାରୁ ଅଧିକ ପୋଲିସ ଫୋର୍ସ ସମେତ କିଛି ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯିବାର ଆବଶ୍ୟକତା ରହିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.