ETV Bharat / state

ପର୍ଯ୍ୟଟକଙ୍କ ପାଇଁ ବିପଜ୍ଜନକ ପୁରୀ ସମୁଦ୍ର, ଅକାଳରେ ଯାଉଛି ଜୀବନ

ମହାପ୍ରଭୁ ଜଗନ୍ନାଥଙ୍କ ମହିମାରେ ଆକର୍ଷିତ ହୋଇ ପ୍ରତିଦିନ ପୁରୀକୁ ଦେଶବିଦେଶରୁ ପର୍ଯ୍ୟଟକ ଆସନ୍ତି । ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଶ୍ରୀମନ୍ଦିରରେ ପାଦ ଥାପିବା ପରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଛୁଟିଯାନ୍ତି ବେଳାଭୂମିକୁ । କିନ୍ତୁ ଏହି ଖ୍ୟାତି ଏବେ ଅଗାମୀ ଦିନରେ ଅପଖ୍ୟାତିରେ ପରିଣତ ହେବାର ଆଶଙ୍କା ରହିଛି ।

ପର୍ଯ୍ୟଟକଙ୍କ ପାଇଁ  ବିପଦଜ୍ଜନକ ପୁରୀ ସମୁଦ୍ର, ଅକାଳରେ ଯାଉଛି ଜୀବନ

author img

By

Published : Nov 2, 2020, 11:08 PM IST

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କଲେଣି । ଧିରେ ଧିରେ ବିଚର ସୌନ୍ଦର୍ଯ୍ୟ ପୂର୍ବ ଅପେକ୍ଷା ଯଥେଷ୍ଟ ବଢ଼ିବାରେ ଲାଗିଛି । କିନ୍ତୁ ଏହି ଖ୍ୟାତି ଏବେ ଅଗାମୀ ଦିନରେ ଅପଖ୍ୟାତିରେ ପରିଣତ ହେବାର ଆଶଙ୍କା ରହିଛି । କାରଣ ଦିନକୁ ଦିନ ସମୁଦ୍ର ସ୍ନାନ ବିପଦଜନକ ହେବାରେ ଲାଗିଛି । ଅନେକ ପର୍ଯ୍ୟଟକଙ୍କ ସମୁଦ୍ରସ୍ନାନ ବେଳେ ଅକାଳରେ ମୃତ୍ୟୁ ହେଉଛି ।

ପର୍ଯ୍ୟଟକଙ୍କ ପାଇଁ ବିପଦଜ୍ଜନକ ପୁରୀ ସମୁଦ୍ର, ଅକାଳରେ ଯାଉଛି ଜୀବନ

ପୁରୀ ସିବିଚରେ ସମୁଦ୍ର ସ୍ନାନ ବେଳେ ମଙ୍ଗଳବାର ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଗତ କିଛିମାସ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବୁଡି ଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି । ତେବେ ସିବିଚ ସମୁଦ୍ର ସ୍ନାନରେ ବାରମ୍ବାର ଅଘଟଣ ଘଟିବାକୁ ଅନେକଥର ପର୍ଯ୍ୟଟକଙ୍କ ଅସାବଧାନତା କଥା କୁହାଯାଉ ଥିବାବେଳେ ଏହି ଘଟଣା ପଛରେ ପୁରୀ ପ୍ରଶାସନର ମଧ୍ୟ ଅବହେଳା ସାମ୍ନାକୁ ଆସିଛି ।

ବେଳାଭୂମୀରେ କେଉଁଠି ଗାଧୋଇବା ଉଚିତ, କିଭଳି ଓ କେତେ ପାଣିରେ ଗାଧୋଇବା ଉଚିତ ସେନେଇ ପର୍ଯ୍ୟଟକଙ୍କୁ ସଚେତନ ପାଇଁ ପୁରୀ ବିଚରେ ଗୋଟିଏ ବି ସାଇନବୋର୍ଡ ନାହିଁ । ଫଳରେ ସମୁଦ୍ରସ୍ନାନ ନେଇ ପାର୍ଯ୍ୟଟକ ସଚେତନ ହୋଇପାରୁ ନାହାଁନ୍ତି ଏବଂ ଅନେକ ସମୟ ଅଘଟଣ ଘଟି ମୃତ୍ୟୁ ହେଉଛି ।

ସେହିପରି ପୁରୀ ସିବିଚରେ କେବଳ ଦିଗ ବାରେଣି ଖୁଣ୍ଟି ଛକରୁ ଲାଇଟ ହାଉସ ପର୍ଯ୍ୟନ୍ତ ମାତ୍ର 50 ଜଣ ଲାଇଫ ଗାର୍ଡ ଡ୍ୟୁଟି କରୁଛନ୍ତି । ଯାହାକି ପର୍ଯ୍ୟାପ୍ତ ନୁହେଁ । ଏଣୁ ଅଧିକ ଲାଇଫ ଗାର୍ଡ ସିବିଚରେ ମୁତୟନ ସହ ପାଣି ବୁଡି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଅତ୍ୟାଧୁନିକ ଉପକରଣ ବ୍ୟବସ୍ଥା କରିବାକୁ ପାର୍ଯ୍ୟଟକ ଓ ଲାଇଫ ଗାର୍ଡ ମତ ଦେଇଛନ୍ତି ।

ତେବେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି, ସମୁଦ୍ରସ୍ନାନ ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ତେବେ ଅଧିକ ଲାଇଫ ଗାର୍ଡ ମୁତୟନ ନେଇ ମଧ୍ୟ ଯୋଜନା ଚାଲିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି ସାରା ବିଶ୍ବରେ । ତେବେ ସିବିଚରେ ସମୁଦ୍ର ସ୍ନାନରେ ଯେଭଳି ଅଘଟଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି, ପ୍ରଶାସନ ଏନେଇ କିଛି ସୁବ୍ୟବସ୍ଥା ନକଲେ ପୁରୀ ବିଚ ନାଁରେ ଅପଖ୍ୟାତି ଅର୍ଜନ ହେବାର ଆଶଙ୍କା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.