ETV Bharat / state

ପବିତ୍ର ଜନ୍ମାଷ୍ଟମୀ:ଅଲାରନାଥରେ ସମ୍ପନ୍ନ ହେବ ନାଟକୀୟ ଶ୍ରୀକୃଷ୍ଣ ଜନ୍ମ ନୀତି - ଜନ୍ମାଷ୍ଟମୀ

ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଲାଗିଛି ଉତ୍ସବର ମାହୋଲ । ଏହି ଅବସରରେ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ନଡିଆ କୋରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Aug 23, 2019, 2:44 PM IST

ପୁରୀ: ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଲାଗିଛି ଉତ୍ସବର ମାହୋଲ । ଏହି ଅବସରରେ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ନଡିଆ କୋରା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏଠାରେ ବେଶ୍‌ ଆଡମ୍ବରରେ ପାଳନ ହେଉଛି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଭୋରୁ ଭୋରୁ ଦୁଆର ଫିଟା ଯାଇ ପ୍ରତିଦିନର ନୀତି ସରିବା ପରେ ମନ୍ଦିରରେ ସର୍ବ ସାଧାରଣ ଦର୍ଶନ କରିଥିଲେ । ଏହାପରେ ଭୋଗ ଲାଗି କରାଯାଇଥିଲା । ତେବେ ସନ୍ଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ କରାଯିବ । ଏନେଇ ଭିତର ମନ୍ଦିର ଓ ବାହାର ମନ୍ଦିର ଶୁଦ୍ଧ କରାଯାଇ ଆବଶ୍ୟକ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନ୍ଦିରରୁ ବାହାର କରାଯିବ । ପରେ ପରେ ସମସ୍ତ ଆଲୋକକୁ ଲିଭାଯାଇ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧକାରମୟ କରାଯିବ ।

ଏହି ସମୟରେ ମଝି ମନ୍ଦିରରେ ମୂରୁଜରେ ମଣ୍ଡଳୀ କଟା ଯାଇ ଜାତ କର୍ମ ଆରମ୍ଭ ହେବ । ସମାନ ଭାବେ ମନ୍ଦିର ମଧ୍ୟରେ ଥିବା ଏକ ପୁରାତନ ତାଳପତ୍ର ପୋଥିକୁ ପଢାଯାଇ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତିକୁ ସମ୍ପର୍ଣ୍ଣ କରାଯିବ । ସେହି ସମୟରେ ଜଣେ ପାଳିଆ ସେବକ ଉଗ୍ରସେନ ବେଶରେ ବାହାରେ ‘ହୁସିଆର ସାବଧାନ’ର ଡାକରା ଦେବା ସହ ପ୍ରହରା ଦେବେ ।

ଅନ୍ୟ ଜଣେ ସେବକ ବାସୁଦେବ ବେଶ ହୋଇ ଜନ୍ମିତ କୃଷ୍ଣଙ୍କୁ ଏକ ସ୍ବର୍ଣ୍ଣ ପତ୍ରରେ ମୁଣ୍ଡାଇ ଯମୁନା ନଦୀ ପାର ହେବେ । ଏହିପରି ନୀତିକାନ୍ତି ସରିବା ପରେ କୃଷ୍ଣଙ୍କ ପାଖରେ କ୍ଷୀର, ଲବଣି ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା 300 ନଡିଆର କୋରାକୁ ଅର୍ପଣ କରାଯିବ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଅଳରନାଥଙ୍କ ଜନ୍ମାଷ୍ଟମୀ ପାଳିତ,ସ୍ବତନ୍ତ୍ର ନଡ଼ିଆ କୋରା ପ୍ରସ୍ତୁତି।
ଅଳରନାଥ ମନ୍ଦିରରେ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳନ ହୋଇ ଯାଇଛି।ସ୍ୱତନ୍ତ୍ର ନଡ଼ିଆ କୋରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Body:ଅଳରନାଥ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବରରେ ପାଳନ ହୋଇଯାଇଛି।ଆଜି ଭୋରୁ ଦୁଆର ଫିଟା ଯାଇ ଦୈନ ଦିନ ନୀତି ପରେ ସର୍ବସାଧରଣ ଦର୍ଶନ ଭୋଗ ଲାଗି କରା ଯାଉଛି।
ସନ୍ଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ କରାଯିବ।ଭିତର ମନ୍ଦିର ଓ ବାହାର ମନ୍ଦିର ଶୁଦ୍ଧ କରାଯାଇ ଆବଶ୍ୟକ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନ୍ଦିରରୁ ବାହାର କରାଯାଇ ସମସ୍ତ ଆଲୋକକୁ ଲିଭା ଯାଇ ମନ୍ଦିରକୁ ସମ୍ପୂର୍ଣ ଅନ୍ଧକାର ମୟ କରାଯିବ।
ମଝି ମନ୍ଦିରରେ ମୁରୁଜରେ ମଣ୍ଡଳୀ କଟାଯାଇ ଜାତ କର୍ମ ଆରମ୍ଭ କରାଯିବ।
ମନ୍ଦିର ମଧ୍ୟରେ ଏକ ପୁରାତନ ତାଳପତ୍ର ପୋଥିକୁ ପଢା ଯାଇ ଶ୍ରୀ କୃଷ୍ଣଙ୍କ ଜନ୍ମ ନୀତି କରାଯିବ। ସେହି ସମୟରେ ଜଣେ ପାଳିଆ ସେବକ ଉଗ୍ରେସନ ବେଶରେ ବାହାରେ ହୁସିଆର ସାବଧାନ କହି ପ୍ରହାରା ଦେଉଥିବେ।ଅନ୍ୟ ଜଣେ ସେବକ ବାସୁଦେବ ବେଶ ହୋଇ ଜନ୍ମିତ କୃଷ୍ଣଙ୍କୁ ଏକ ତାମ୍ର ପତ୍ରରେ ମୁଣ୍ଡରେ ମୁଣ୍ଡାଇ ଯମୁନା ନଈ ପାର ହେବେ।ଏହିପରି ନୀତି କାନ୍ତି ସରିବା ପରେ ଜନ୍ମିତ କୃଷ୍ଣଙ୍କ ପାଖରେ କ୍ଷୀର ଲବଣି ଓ ଆଜିର ସ୍ବତନ୍ତ ଭୋଗ 300 ନଡ଼ିଆରେ ପ୍ରସ୍ତୁତ ହୋଇଥିବା ନଡ଼ିଆ କୋରାକୁ ଭଗବାନଙ୍କ ପାଖରେ ଅର୍ପର୍ଣ କରାଯିବ।

Conclusion:byte1.Narayan panda.sebak
byte 2.Nilamani suar.gabesak
all byte , visual and script send by mojo.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.