ETV Bharat / state

ବାଟବଣା ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା, 300 ଛାତ୍ରଛାତ୍ରୀଙ୍କୁ 2 ଶିକ୍ଷକ

ବ୍ରହ୍ମଗିରି ବ୍ଲକର ସର୍ବ ପୁରାତନ ଖଜୁରିଆର ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠରେ ଅନ୍ଧକାରରେ ଶିକ୍ଷା ବ୍ୟବସ୍ଥା । 2 ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ଏହି ସରକାରୀ ହାଇସ୍କୁଲ । ଜିଲ୍ଲା ଶିକ୍ଷାଧିକାରୀ ନିରବଦ୍ରଷ୍ଟା ସାଜିଥିବା କହିଲେ ପ୍ରଧାନଶିକ୍ଷକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Aug 3, 2019, 10:43 PM IST

ବ୍ରହ୍ମଗିରି: ବିପର୍ଯ୍ୟସ୍ତ ଅବସ୍ଥାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା । କିନ୍ତୁ ସରକାର ଛାତ୍ରଛାତ୍ରୀଙ୍କୁ ଦେଖାଇ ଚାଲିଛନ୍ତି ବିକାଶର ସ୍ୱପ୍ନ । ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନ କମାଇବାରେ ବ୍ୟସ୍ତ ଥିବା ରାଜ୍ୟ ସରକାର ଶିକ୍ଷକ ପଦ ଖାଲି ନେଇ ଟିକେ ବି ଚିନ୍ତିତ ନଥିବା ପରି ମନେ ହେଉଛି । ଅନିଶ୍ଚିତତା ମଧ୍ୟରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମଗିରିରେ । ଭୁଶୁଡ଼ି ଯାଇଛି ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା । 2ଟି ଶିକ୍ଷକଙ୍କୁ ନେଇ ଚାଲିଛି ସରକାରୀ ହାଇସ୍କୁଲ । ସବୁ ଦେଖି ଶିକ୍ଷା ବିଭାଗ ଆଖି ବୁଜି ଦେଇଛି । ଆଗାମୀ ପିଢ଼ିର ଭବିଷ୍ୟତଙ୍କୁ ନେଇ ଖେଳୁଛନ୍ତି ସରକାର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସର୍ବ ପୁରାତନ ବିଦ୍ୟାଳୟ ହେଉଛି ଖଜୁରିଆର ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠ । ଅତୀତରେ ଅଞ୍ଚଳର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଗଢି ତୋଳିଛି ଏହି ବିଦ୍ୟାଳୟ । ହେଲେ ଏବେ ଏହି ସ୍କୁଲ ହୋଇଯାଇଛି ଅଣଦେଖା । 300ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ନିୟୋଜିତ ହୋଇଛନ୍ତି 2ଜଣ ଶିକ୍ଷକ । ସେଥିମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ନିଯୁକ୍ତି ହୋଇଥିବା କିରାଣୀ ଆସୁନଥିବାରୁ କିରାଣୀ କାର୍ଯ୍ୟ ମଧ୍ୟ ତୁଲାଉଛନ୍ତି । ମାସକରେ କିଛି ଦିନ ଅଫିସ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିଥାଏ। କହିବାକୁ ଗଲେ ଜଣେ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହି 300 ପିଲାଙ୍କୁ ପଢ଼ାଇବା ବଦଳରେ କେବଳ ଜଗି ରହିଥାନ୍ତି ।

ସ୍କୁଲରେ ପିଇବା ପାଣି କିମ୍ବା ଶୌଚାଳୟ ଟିଏ ନାହିଁ । ପରିସର ମଧ୍ୟରେ ପୁରାତନ କୋଠାଟିଏ ଭାଙ୍ଗିବା ଅବସ୍ଥାରେ ଥିବାବେଳେ ଖେଳ ପଡ଼ିଆରେ ପଙ୍କ ଓ ଦଳରେ ଭର୍ତ୍ତି ହୋଇଥିବା ପୋଖରୀଟି ପିଲାଙ୍କ ସୁରକ୍ଷା ପ୍ରତି ସୃଷ୍ଟି କରୁଛି ବିପଦ । ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଏହି ସବୁ ଅସୁବିଧା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ଫଳ ମିଳୁନଥିବା କହିଛନ୍ତି । ଏ ନେଇ ନୂତନ ଭାବେ ଯୋଗ ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ ଏହାର ଅନୁଧ୍ୟାନ କରି ସମାଧାନ ପାଇଁ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତ,2ଟି ଶିକ୍ଷକ ରେ ଚାଲିଛି ସରକାରୀ ହାଇସ୍କୁଲ।
ବ୍ରହ୍ମଗିରି ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି।2ଟି ଶିକ୍ଷକ ଙ୍କୁ ନେଇ ଚାଲିଛି ସରକାରୀ ହାଇ ସ୍କୁଲ।ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଆଗେଇ ଚାଲିଛି।ସବୁ ଦେଖି ଶିକ୍ଷା ବିଭାଗ ଆଖି ବୁଜି ଦେଇଛି।ଆଗାମୀ ପିଢ଼ିର ଭବିଷ୍ୟତ ଙ୍କୁ ନେଇ ଖେଲୁଛି ସରକାର।
Body:ପୁରି ଜିଲ୍ଲା ବ୍ରହ୍ମଗିରି ବ୍ଲକ ର ସର୍ବ ପୂରାତନ ବିଦ୍ୟାଳୟ ହେଉଛି ଖଜୁରିଆ ର ବାଲୁଙ୍କେସ୍ୱର ନୋଡାଲ ବିଦ୍ୟାପିଠ। ଅତୀତରେ ଅଞ୍ଚଳର ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କୁ ଗଢି ତୋଳିଛି ଏହି ବିଦ୍ୟାଳୟ। କିନ୍ତୁ ଆଜି ସେ ହୋଇଯାଇଛି ଅଣଦେଖା।
300 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦେବା ପାଇ ନିୟୋଜିତ ହୋଇଛନ୍ତି 2ଟି ଶିକ୍ଷକ।ସେଥି ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ନିଯୁକ୍ତି ହୋଇଥିବା କିରାଣୀ ଆସୁନଥିବାରୁ କିରାଣୀ କାଯ୍ୟ ତୁଲାଇ ଥାନ୍ତି। ମାସକ ରେ କିଛି ଦିନ ଅଫିସ କାଯ୍ୟରେ ବାହାରକୁ ଯିବାକୁ ପଡ଼ିଥାଏ।
କହିବାକୁ ଗଲେ ଜଣେ ଶିକ୍ଷକ ସ୍କୁଲ ରେ ଉପସ୍ଥିତ ରହି 300 ପିଲାଙ୍କୁ ପଢ଼ାଇବା ବଦଳରେ କେବଳ ଜଗି ରହି ଥାନ୍ତି।
ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ ଗୋଟିଏ ଶ୍ରେଣୀ ଗୃହ ରେ 150 ପିଲା ବସିବାକୁ ପଡ଼ିଥାଏ।ଅଗରେ ଶିକ୍ଷକ ପଢାଉଥିବା ବେଳେ ତାହା ପଛ ପିଲାଙ୍କୁ ଶୁଣା ଯାଏ ନହିଁ।ସ୍କୁଲରେ ପିଇବା ପାଣି କିମ୍ବା ଶୌଚାଳୟ ଟିଏ ନାହିଁ।ହତା ମଧ୍ୟରେ ପୂରାତନ କୋଠାଟିଏ ଭାଙ୍ଗିବା ଅବସ୍ଥାରେ ଥିବାବେଳେ ଖେଳ ପଡ଼ିଆରେ ପଙ୍କ ଓ ଦଳ ରେ ଭର୍ତି ହୋଇଥିବା ପୋଖରୀଟି ପିଲାଙ୍କ ମନରେ ସବୁବେଳେ ଭୟ ସଞ୍ଚାର କରିଥାଏ।
ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଏହି ସବୁ ଅସୁବିଧା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟା କୌଣସି ଫଳ ପ୍ରଦ ହେଉ ନହିଁ।ସ୍କୁଲ ରେ ପଡ଼ୁ ଥିବା ପିଲାଙ୍କ ଭବିଷ୍ୟତ ଶିକ୍ଷା ଅଭାବରୁ ଅନ୍ଧାରକୁ ଚାଲି ଯାଉଛି।
ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି।
ଏ ନେଇ ନୂତନ ଭାବେ ଯୋଗ ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ ଏହାର ଅନୁଧ୍ୟାନ କରି ସମାଧାନ ପାଈଁ ଦୃଷ୍ଟି ଦେବେ ବୋଲି କହିଛନ୍ତି।
ବାକି ରହିଲା ଦେଖିବାକୁ ଶିକ୍ଷା ବିଭାଗ ଏହି ସ୍କୁଲ ପ୍ରତି କେବେ ଦୃଷ୍ଟି ଦେଉଛି ଓ ଛାତ୍ର ଛାତ୍ରୀ ନିଜ ଭବିଷ୍ୟତକୁ ଉଜଳ୍ କରି ଗଢି ତୋଳୁ ଛନ୍ତି।Conclusion:ଦେବାଶିଷ ଦାସ,ବ୍ରହ୍ମଗିରି
Byte1. Prafula ch baliarshigh.BEO
Byte2.Abhimanyu Paris.HM
Byte3.student
Byte4.student
And story visul.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.