ETV Bharat / state

'ହେରା ପଞ୍ଚମୀ' ନୀତିରେ ବିଭ୍ରାଟ: ଆଡପ ମଣ୍ଡପରେ ଜେଟିପିଙ୍କୁ ମାଡ ଅଭିଯୋଗ

ହେରାପଞ୍ଚମୀ ନୀତିରେ ବିଶୃଙ୍ଖଳା ଯୋଗୁ ନୀତିକାନ୍ତି ବିଳମ୍ବ । ଦଇତାପତି ଓ ଜେଟିପି ସେବାୟତଙ୍କ ବିବାଦ ଯୋଗୁ ବିଳମ୍ବ ହେଲା 'ହେରା ପଞ୍ଚମୀ' ନୀତି । ରାତି 12 ସୁଦ୍ଧା ମଧ୍ୟ ଶ୍ରୀଗୁଣ୍ଡିଚାରେ ପହଞ୍ଚି ପାରିନଥିଲେ ଲକ୍ଷ୍ମୀ ଠାକୁରାଣୀ ।

author img

By

Published : Jul 9, 2019, 10:28 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପବିତ୍ର ହେରାପଞ୍ଚମୀ ନୀତିରେ ବିଭ୍ରାଟ । ଦଇତାପତି ସେବାୟତ ଓ ଜେଟିପିଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ନୀତିରେ ବିଳମ୍ବ ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି 12ଟା ସୁଦ୍ଧା ମଧ୍ୟ ହୋଇପାରିନଥିଲା ।

ସୂଚନାଯୋଗ୍ୟ, ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଜଣେ ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ । ଫଳରେ ବାଡଗ୍ରାହୀଙ୍କ ପୁଅ ନିଜ ମାଆକୁ ଧକ୍କା ମାରିବା ଘଟଣାକୁ ଗୁରତର ସହ ନେଇ ସମ୍ପୃକ୍ତ ଜେଟିପିକୁ ପଚାରିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଡଗ୍ରାହୀଙ୍କ ପୁଅ ଜେଟିପିଙ୍କୁ ମାଡ ମାରିଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାପରେ ବାଡଗ୍ରାହୀଙ୍କ ପୁଅଙ୍କ ନାଁରେ ଜେଟିପି ସେବାୟତ ଶ୍ରୀମନ୍ଦିର କମାଣ୍ଡରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଉଭୟ କାର୍ଯ୍ଯାନୁଷ୍ଠାନ ଦାବି କରି ଅଡି ବସିଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂନ୍ଧ୍ଯାଧୂପ ପୂଜା ବସିବାରେ ବହୁ ବିଳମ୍ବ ହୋଇଥିଲା । ସେପଟେ ଶ୍ରୀମନ୍ଦିର ପ୍ରଶାସନ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ରାତି ପ୍ରାୟ 12ଟା 20ମିନିଟରେ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ।

ତେବେ ଗତ ବର୍ଷ ରାତ୍ରି 11ଟା ସୁଦ୍ଧା ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ବିଜେ କରିସାରିଥିବାବେଳେ ଚଳିତ ଥର ବିଳମ୍ବରେ ନୀତି ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହେରାପଞ୍ଚମୀ ନୀତି ରେ ବିଶୃଙ୍ଖଳା Body:ପବିତ୍ର ହେରାପଞ୍ଚମୀ ତିଥିରେ ଗୁଣ୍ଡିଚାମନ୍ଦିର ରେ ହୋଇଛି ବିବାଦ । ଦଇତାପତି ସେବାୟତ ଓ ଜେଟିପିଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନୀତିରେ ଵହୁ ବିଳମ୍ବ ହୋଇ ଥିଲା । ଗତବର୍ଷ ରାତ୍ରି୧୧ଟା ସୁଦ୍ଧା ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ବିଜେ କରିଥିବା ବେଳେ ଆଜି ଦଇତାପତି ସେବାୟତ ଓ ଜେଟିପିଙ୍କ ମଧ୍ୟରେ ବିଵାଦ ଯୋଗୁଁ ଲକ୍ଷ୍ମୀ ଠାକୁରାଣୀଙ୍କ ହେରାପଞ୍ଚମୀ ନୀତିରେ ଵିଭ୍ରାଟ ଦେଖାଦେଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି 12ଟା ସୁଦ୍ଧା ହୋଇପାରି ନଥିଲା। ସୂଚନା ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜଣେ ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନିଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ। ଫଳରେ ବାଡଗ୍ରାହୀଙ୍କ ପୁଅ ନିଜ ମାଆଙ୍କୁ ଧକ୍କା ମାରିବା ଘଟଣାକୁ ଗୁରୁତ୍ୱର ସହ ନେଇ ସଂପୃକ୍ତ ଜେଟିପିକୁ ପଚାରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାଡଗ୍ରାହୀଙ୍କ ପୁଅ ସଂପୃକ୍ତ ଜେଟିପିକୁ ମାଡ ମାରିଥିଲେ। ଏନେଇ ଏବେବି ବିବାଦ ଲାଗି ରହିଛି। ଜେଟିପି ଉପରେ ମାଡ ହେବାପରେ ସଂପୃକ୍ତ ଜେଟିପି ବାଡଗ୍ରାହୀଙ୍କ ପୁଅ ବିରୁଦ୍ଧରେ ଶ୍ରୀମନ୍ଦିର କମାଣ୍ଡରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି। ଜେଟିପି ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂନ୍ଧ୍ଯାଧୂପ ପୂଜା ବସିବାରେ ବହୁ ବିଳମ୍ବ ହୋଇଥିଲା। ଉଭୟ କାର୍ଯ୍ଯାନୁଷ୍ଠାନ ଦାବି କରି ଅଡି ବସିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଲକ୍ଷ୍ମୀ ଠାକୁରାଣୀ ଦୀର୍ଘ ସମୟ ଧରି ଶ୍ରୀମନ୍ଦିରରେ ଅପେକ୍ଷା କରିବା ପରେ ରାତି ପ୍ରାୟ ୧୨ଟା ୨୦ମିନିଟରେ ମହାଲକ୍ଷ୍ମୀ ଠାକୁରାଣି ଶ୍ରୀଗୁଣ୍ଡିଚା ବିଜେ କରିଥିଲେ।,,,,Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.