ETV Bharat / state

ଲଗାଣ ବର୍ଷାରେ ଜଳବନ୍ଦୀ ମଙ୍ଗଳା ବସ୍ତି

author img

By

Published : Oct 25, 2019, 11:40 AM IST

ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡିଛି ପୁରୀ ସହର। ଏଠାକାର ବଳିଆପଣ୍ଡାର ମଙ୍ଗଳା ବସ୍ତି ଅବସ୍ଥା ସାଙ୍ଘାତିକ ହୋଇପଡିଥିବା ବେଳେ ଘର ଭିତରେ 3 ରୁ 4 ଫୁଟର ପାଣି ଜମି ରହିଛି । ଏନେଇ ପ୍ରଶାସନର ନୀରବତାକୁ ସମାଲୋଚନା କରିଛନ୍ତି ବସ୍ତିବାସିନ୍ଦା।

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ

ପୁରୀ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଉଠିଛି ପୁରୀ ସହର । ବିଶେଷ କରି ସହରର ତଳିଆ ଓ ବସ୍ତି ଅଞ୍ଚଳରେ ବର୍ଷା ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।

ସହରସ୍ଥିତ ବଳିଆପଣ୍ଡାର ମଙ୍ଗଳା ବସ୍ତି ଅବସ୍ଥା ସାଙ୍ଘାତିକ ହୋଇପଡିଥିବାବେଳେ ଘର ଭିତରେ 3 ରୁ 4 ଫୁଟ ପାଣିର ଜମି ରହିଛି । ଫଳରେ ଲୋକେ ଏବେ ନିଜ ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି । ଘରେ ଭିତରେ ପାଣି ପଶିଥିବାରୁ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଏମିତି ସ୍ଥିତିରେ ଲୋକେ ଭୋକ ଉପବାସରେ ଥିବାର ଅଭିଯୋଗ କରିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ନା ରନ୍ଧା ଖାଦ୍ୟ ନା ଅନ୍ୟ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 2 କିମି ଭିତରେ ଅବସ୍ଥିତ ବଳିଆପଣ୍ଡାର ମଙ୍ଗଳା ବସ୍ତି । ହେଲେ ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ମଙ୍ଗଳାବସ୍ତିର ସ୍ଥିତି ଦେଖି ପ୍ରଶାସନର ପୂର୍ବ ପ୍ରସ୍ତୁତ ସ୍ପଷ୍ଟ କରୁଛି । ବସ୍ତିବାସିନ୍ଦାଙ୍କ ଏଭଳି ଦୟନୀୟ ସ୍ଥିତିରେ ପ୍ରଶାସନ ନିଦାବିଷ୍ଣୁ ସାଜିବା ଘଟଣାକୁ ବସ୍ତିବାସିନ୍ଦା ସମାଲୋଚନା କରିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ର ବିଭୀନ ବସ୍ତି ଅଞ୍ଚଳ ଜଳ ମଗ୍ନ

Body:ଲଘୁଚାପ ବର୍ଷା ରେ ବେହାଲ ହୋଇ ପଡିଚି ପୁରୀ ସହର । ବିଶେଷ କରି ତଳିଆ ତଥା ବସ୍ତି ଅଞ୍ଚଳରେ ବର୍ଷା ଜଳ ଲୋକ ଙ୍କ ଘରେ ପଶି ଯାଇଛି। ବଳିଆ ପଣ୍ଡା ର ମଙ୍ଗଳା ବସ୍ତି ଅବସ୍ଥା ସାଙ୍ଘାତିକ ହୋଇ ପଡିଚି। ବର୍ଷା ଜଳ ରେ ଘର ଗୁଡିକ ବୁଡିବା ଉପରେ। ଘରେ 3 ରୁ 4 ଫୁଟ ର ପାଣି ଜମି ରହିଛି। ଫଳରେ ଲୋକେ ଘର ଦ୍ୱାର ଛାଡି ବାହାର ଜାଗାରେ ରହୁ ଛନ୍ତି। ଘରେ ପାଣି ପଶିଯାଇ ଥିବାରୁ ସବୁ ଆସବା ପତ୍ର ନଷ୍ଟ ହୋଇ ଯାଇ ଥିବା ଘରେ ଚୁଲି ଜଳିନୀ। ଭୋକ ଉପାସରେ ଲୋକ ରହିଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ କୌଣସି ରନ୍ଧା ଖାଦ୍ୟ କି ଅନ୍ୟ କୌଣସି ବ୍ୟବସ୍ଥା ହୋଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ପୁରୀ ଜିଲାପାଳ ଙ୍କ ଅଫିସ ରୁ ମାତ୍ର 2 କିମି ଭିତରେ ରହିଛି ଏହି ବଳିଆ ପଣ୍ଡା ମଙ୍ଗଳା ବସ୍ତି। ଭାତ ହାଣ୍ଡି ରୁ ଗୋଟାଏ ଚିପିଲା ଭଳି ମଙ୍ଗଳା ବସ୍ତି ପରିସ୍ଥିତି ବୟାନ କରୁଛି ପ୍ରଶାସନ କୀଭଳି ପ୍ରସ୍ତୁତ ରହିଛି। ଏଭଳି ବିପତ୍ତି ବେଳେ ପ୍ରଶାସନ ନିଦା ବିଷ୍ଣୁ ସାଯିବା କୁ ସମାଲୋଚନା କରିଛନ୍ତି ବସ୍ତି ବାସିନ୍ଦା

ବାଇଟ1,, ବସ୍ତି ବାସିନ୍ଦା
ବାଇଟ2, ବସ୍ତି ବାସିନ୍ଦା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.