ETV Bharat / state

Ratna Bhandar Issue: ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ଜଗନ୍ନାଥପ୍ରେମୀ

author img

By ETV Bharat Odisha Team

Published : Sep 30, 2023, 7:10 AM IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କଲେ ଜଗନ୍ନାଥପ୍ରେମୀ । ଏହାସହ ଆବେଦନକାରୀ ତଥା ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ମଧ୍ୟ ଏହି ରାୟକୁ ସ୍ବାଗତ କରିଛନ୍ତି ।

devotees rejoice over hc verdict
ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ଜଗନ୍ନାଥପ୍ରେମୀ

ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ରାୟ ଆସିଛି । 2 ମାସ ଭିତରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଶ୍ରୀ ମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଅବଗତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ରାୟକୁ ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଛନ୍ତି । ହାଇକୋର୍ଟ ରତ୍ନ ଭଣ୍ଡାର ଖୋଲିବା ନେଇ କମିଟି ଗଠନ କରିବା ନିର୍ଦ୍ଦେଶ ଦେଇଥିବାରୁ ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି ଜଗନ୍ନାଥ ପ୍ରେମୀ ଆଶା ରଖିଛନ୍ତି । ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ।

ଏନେଇ ଆବେଦନକାରୀ ତଥା ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ହାଇକୋର୍ଟ ଦେଇଥିବା ଅର୍ଡରକୁ ଆମେ ସ୍ବାଗତ କରୁଛୁ । ଆଗାମୀ ଦୁଇ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲି ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାଜ୍ୟ ସରକାର ଯାହାକୁ ଆଗାମୀ ରଥଯାତ୍ରା ପରେ କରିବା ପାଇଁ ଚାହୁଁଥିଲେ ତାହା ଏବେ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏହା ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି । ପୂର୍ବରୁ ମଧ୍ୟ ବିଶ୍ବଭୂଷଣ ହରିଚନ୍ଦନଙ୍କ ସମୟରେ ଏହାକୁ ନେଇ ପଦକ୍ଷେପ ନେବାକୁ ଆରମ୍ଭ ହୋଇଥିଲା । ଯାହାକି ଆଗକୁ ସଫଳ ହେବାକୁ ଯାଉଛି । ଏଥିରେ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀଙ୍କ ବିଜୟ ହୋଇଛି ।"

ଏହା ବି ପଢନ୍ତୁ...Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, "ପୂର୍ବରୁ 2018 ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ 17 ଜଣିଆ କମିଟି ରତ୍ନ ଭଣ୍ଡାର ଖୋଲିବା ପାଇଁ 2018 ଏପ୍ରିଲ 4 ତାରିଖରେ ରତ୍ନ ଭଣ୍ଡାରକୁ ପ୍ରବେଶ କରିଥିଲେ । ହେଲେ ଚାବି ହଜିବା କଥା କହି ଏହି ଟିମ୍ ଫେରିଆସିଥିଲା । ଏଣୁ ରତ୍ନ ଭଣ୍ଡାର ଖୋଲାଯାଇ ପାରିନଥିଲା । ଏହାକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେବା ସହ ଚାବି ହଜିବା ପ୍ରସଙ୍ଗ ନେଇ ତଦନ୍ତ କମିଶନ ମଧ୍ୟ ହୋଇଥିଲା । ହେଲେ ତଦନ୍ତ କମିଶନର ରିପୋର୍ଟକୁ ସରକାର ଆଜି ଯାଏଁ ସାର୍ବଜନୀନ କଲେ ନାହିଁ । ଏଣୁ ରତ୍ନ ଭଣ୍ଡାରରେ କୌଣସି ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ହାଇକୋର୍ଟ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ନେଇ ନିର୍ଦ୍ଦେଶ ଦେଇଥିବାବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।"

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.