ETV Bharat / state

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବ ପ୍ରତିଷ୍ଠା ଉତ୍ସବ: ୩ ଦିନ ଧରି ଚାଲିବ ହୋମଯଜ୍ଞ - ଗଜପତି ମହାରାଜ ଦିବ୍ୟସିଂହ ଦେବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆୟୋଜିତ ହେବ ପ୍ରତିଷ୍ଠା ଉତ୍ସବ । ତିନି ଦିନ ଧରି ଯଜ୍ଞ ପୂଜା ବିଧି ପରେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବ ପ୍ରତିଷ୍ଠା ଉତ୍ସବ

author img

By ETV Bharat Odisha Team

Published : Nov 4, 2023, 12:52 PM IST

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବ ପ୍ରତିଷ୍ଠା ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ । ଏଥିପାଇଁ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ତିନି ଦିନ ଧରି ଅର୍ଥାତ୍ ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ୧୭ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ଣ୍ଣାହୁତି ଦେବେ । ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବାକୁ ଥିବାରୁ ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ଅନୁଷ୍ଠିତ ନୀତି ସବକମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ଆଜି ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ୧୫ ତାରିଖ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀନହର ଠାରେ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ ମହାନାୟକ, ଶ୍ରୋତ୍ରୀୟ ବ୍ରାହ୍ମଣ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: Srimandir Parikrama Project: ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ପୂର୍ବରୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ । ଆସନ୍ତା ଡ଼ିସେମ୍ବର 15 ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଟାଟା, ଓବିସିସି ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୂଆ ବର୍ଷରୁ ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ପାଇବେ ସେନେଇ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ମିଳିଥିଲା ।

ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ଅଧିନରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ, ଲଗେଜ ରଖିବା ପାଇଁ କ୍ଲକ୍ ରୁମ୍, ଏଟିଏମ୍, ପୋଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯାଉଛି । ଗତ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.