ପୁରୀ: ଜିଲ୍ଲା ପୋଲିସକୁ ସଫଳତା । ଜିଲ୍ଲାରେ ବିଭିନ୍ନ ଅପରାଧ ଘଟାଇ ଲୋକଙ୍କ ନିଦ ହଜାଇ ଥିବା ଅପରାଧୀ ରାଜା ଭୋଇକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
ଗୋଟିଏ ମାମଲାରେ ରାଜା ଦୀର୍ଘ ଚାରିମାସ ହେବ ଫେରାର ଥିଲା । ଶେଷରେ ପୋଲିସ ପୁରୀର ତାଳବଣିଆ ଥାନା ପୋଲିସ ତାକୁ କାବୁ କରିଛି । ବିଭିନ୍ନ ଥାନାରେ ରାଜା ନାଁରେ 40ରୁ ଅଧିକ ମାମଲା ରହିଛି ।
ପୋଲିସର ସୂଚନାନୁସାରେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବ୍ରାହ୍ମଣ ପୋଖରୀ ଅଞ୍ଚଳରେ ରାଜା ତାର ଭାଇ ବାବୁ ଦାସ ଏବଂ ଜଣେ ନାବାଳକ ମିଶି ଗତ ନଭେମ୍ବର ଏକ ତାରିଖରେ ନିର୍ବାଣ ଲେନର ବାସିନ୍ଦା ଓମ ପ୍ରକାଶ ଦଳେଇଙ୍କୁ ବନ୍ଧୁକ , ଖଣ୍ଡା ଦେଖାଇ ତାଙ୍କ ପକେଟରୁ ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇଥିଲା ।
ଏହାର ଅଭିଯୋଗ ପରେ ପୋଲିସ ରାଜାକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ପୋଲିସ ରାଜାକୁ ଗିରଫ କରି ଲୁଟ ଅଭିଯୋଗରେ କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିିଭି ଭାରତ