ETV Bharat / state

ଶ୍ରୀମନ୍ଦିରରେ ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ! ଆସନ୍ତୋଷ ହବିଷ୍ୟାଳି

ଆସନ୍ତୋଷ ହବିଷ୍ୟାଳି । ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଗତ ବୁଧବାର ଦିନ ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ସମାନ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

author img

By

Published : Oct 14, 2022, 6:57 PM IST

ଶ୍ରୀମନ୍ଦିରରେ ପୁଣି ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର

ପୁରୀ: ପୁଣି ସେବାୟତଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ । ଗତ ବୁଧବାର ଦିନ ହବିଷ୍ୟାଳିଙ୍କୁ ଦୁର୍ବ୍ୟବହାର ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ସମାନ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ହବିଷ୍ୟାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଜଣେ ହବିଷ୍ୟାଳିଙ୍କ ଅଭିଯୋଗ ଅନୁସାରେ," ଆମକୁ ସେବାୟତମାନେ ଦୁର୍ବ୍ୟବହାର କରୁଛନ୍ତି । ତମେ ମାଗଣା ଖାଇବାକୁ ଆସିଛ । ଦେଉଳରେ କାହିଁକି ଏତେ ବାହାଦୁରି ଦେଖାଉଛ ବୋଲି କହୁଛନ୍ତି । ସେବାୟତ ଖରାପ ବ୍ୟବହାର ସହ ଟାହି ଟାପରା କରୁଛନ୍ତି । ଆମ କଥା କେହି ଶୁଣୁନାହାନ୍ତି । ଗୁରୁବାର ଜଣେ ଆକ୍ରମଣ କରିବା ପାଇଁ ଆସିବା ସମୟରେ ଆମେ ସବୁ ଏକଜୁଟ ହୋଇ ଅଟକାଇଥିଲୁ । ରାଜ୍ୟ ସରକାରଙ୍କ ଶିବିରରେ ରହି ତୁମେ ସବୁ ମାଗଣା ଖିଆ ବୋଲି କହୁଛନ୍ତି । ଆମକୁ ବହୁତ ଖରାପ ଲାଗୁଛି । ସେମାନେ କହୁଛନ୍ତି ତମେ କଣ ନବୀନର ଲୋକ ?"

ଏହା ମଧ୍ୟ ପଢନ୍ତୁ:ଧର୍ମ ମାସରେ ଅଧର୍ମ, ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ ଓ ଦୁର୍ବ୍ୟବହାର !

ଅନ୍ୟ ଏକ ହବିଷ୍ୟାଳି ଅଭିଯୋଗ କରିଛନ୍ତି ଯେ," ଗୁରୁବାର ଲକ୍ଷ୍ମୀ ମନ୍ଦିରରେ ମୋତେ ଜଣେ ସେବାୟତ ଠେଲି ପକାଇଲା । ଲୁହାରଡରେ ଠେଲିଲେ । ଦକ୍ଷିଣା ନପାଇବା କାରଣରୁ ଆମକୁ ଏମିତି ଟାହିଟାପରା କରୁଛନ୍ତି । ନବୀନ ସରକାରଙ୍କ ମାଗଣା ଖିଆ କହୁଛନ୍ତି । ଆମକୁ ଏସବୁ ଶୁଣିବାକୁ ବହୁତ ଖରାପ ଲାଗୁଛି । ଆମେ ହବିଷ କରିବା ପାଇଁ ଆସିକି ଏସବୁ ଶୁଣୁଛୁ ।"

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ," ପୁରୀରେ ଚଳିତ ବର୍ଷ ରାଜ୍ଯ ସରକାରଙ୍କ ହବିଷ୍ୟାଳିଙ୍କ ରହିବା ପାଇଁ ହବିଷ୍ୟାଳି ଶିବିରରେ 3 ହଜାର ହବିଷ୍ୟାଳି ରହିଛନ୍ତି । ସରକାର ସେମାନଙ୍କ ରହିବା ପାଇଁ ଖଟ, ଗଦି, ତକିଆ, ସାଲ୍ ଯୋଗାଇ ଦେବା ସହ ସ୍ୱାସ୍ଥ୍ୟ ସେବା ମଧ୍ଯ ଯୋଗାଇ ଦେଉଛନ୍ତି । ମାଗଣା ମହା ପ୍ରାସାଦ ସେବନ ବ୍ୟବସ୍ଥା କରିଛନ୍ତି । ସେହିପରି ପ୍ରତିଦିନ ଜଗାଦର୍ଶନ ପାଇଁ ସ୍ୱତନ୍ତ୍ର ବସ ଯୋଗେ ହବିଷ୍ୟାଳିଙ୍କୁ ନିଆଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇ ପୁଣି ଶିବିରକୁ ଆଣୁଛନ୍ତି । ତେବେ ହବିଷ୍ୟାଳି ମାଙ୍କ ସୁରକ୍ଷା ଓ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । କୌଣସି ଅବହେଳା ଯେଭଳି ନ ହୁଏ ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ସେବାୟତକୁ ମାଡ଼ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । ଜଣେ ସେବାୟତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଥିଲେ ହବିଷ୍ୟାଳି । ବ୍ରହ୍ମଗିରି ସାହସ ପୁର ଅଞ୍ଚଳର ୬୨ ବର୍ଷୀୟା କୁମାରୀ ନାୟକ ଏଭଳି ଏକ ଅଭିଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବୃନ୍ଦାବତୀ ହବିଷ୍ୟାଳି ନିବାସରେ ହବିଷ ବ୍ରତ କରୁଥିବା ବ୍ରହ୍ମଗିରି ସାହସ ପୁର ଅଞ୍ଚଳର ୬୨ ବର୍ଷୀୟା କୁମାରୀ ନାୟକକୁ ଜଣେ ସେବାୟତ ଶ୍ରୀମନ୍ଦିର ଭିତରେ ମାଡ ମାରିଥିବା ନେଇ ହବିଷ୍ୟାଳି ଜଣକ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.