ETV Bharat / state

କୋଭିଡ ଯୋଦ୍ଧା ଡାକ୍ତରଙ୍କୁ ମିଳିଲା ଗାର୍ଡ ଅଫ ଅନର - କୋଭିଡ ଯୋଦ୍ଧା

କୋରୋନାରେ ଦେହାନ୍ତ ହୋଇଥିବା IDH କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର ସୁଶାନ୍ତ କୁମାର ପଣ୍ଡାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧା ଡାକ୍ତରଙ୍କୁ ମିଳିଲା ଗାର୍ଡ ଅଫ ଅନର

author img

By

Published : Jun 17, 2021, 8:45 PM IST

ପୁରୀ: କୋରୋନା ଯୁଦ୍ଧରେ ହାରିଗଲେ ପୁରୀ IDH କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର ସୁଶାନ୍ତ କୁମାର ପଣ୍ଡା । ଆଜି(ଗୁରୁବାର) ତାଙ୍କର କୋରୋନାରେ ଦେହାନ୍ତ ହେବା ପରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

କୋଭିଡ ଯୋଦ୍ଧା ଡାକ୍ତରଙ୍କୁ ମିଳିଲା ଗାର୍ଡ ଅଫ ଅନର

ଗତ କିଛି ଦିନ ତଳେ ସେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଜୀବନ ଯୁଦ୍ଧରେ ହାରିଯାଇ ଗୁରୁବାର ସେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତଦେହକୁ ଗୁରୁବାର ପୁରୀ ଅଣାଯିବା ପରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡାକ୍ତର କନୱର ବିଶାଳ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କ ସମେତ ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ। ସ୍ବର୍ଗତ ସୁଶାନ୍ତ ପଣ୍ଡାଙ୍କ ଧର୍ମପତ୍ନୀ, ପୁଅ ଏବଂ ପରିବାର ସୌଜନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶ ଭିତରେ ସିପସରୁବାଲି ବେଳାଭୂମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.