ETV Bharat / state

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗୁଆଲି ନୀତି, ନଗର ପରିକ୍ରମାରେ ମହାପ୍ରଭୁ - what is guali

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ । ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲୀ ନୀତି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲୀ ନୀତି
author img

By

Published : Jun 1, 2023, 9:30 AM IST

ପୁରୀ: ଆଜି ପବିତ୍ର ଚମ୍ପକ ଦ୍ବାଦଶୀ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି । ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ ।

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ । ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ । ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ । ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି ।

ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଏ । ତତ୍ପରେ ବର କନ୍ୟା ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ହୋଇଥାଏ । ବନ୍ଦାପନା ନୀତି ସରିବା ପରେ ବର- କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଏ ଓ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି ।

ବିମାନବଡୁ ସେବକମାନେ ଉକ୍ତ ପାଲିଙ୍କିକୁ ବଡ଼ ଦେଉଳର ଚତୁଃପାଶ୍ୱର୍ରେ ବେଢାଏ ବୁଲି ବିମାନ ସରଘର ଓ ଆନନ୍ଦ ବଜାରରେ ପନ୍ତିଭୋଗ ହୋଇ ସିଂହଦ୍ୱାର ଦେଇ ରାଜାଙ୍କ ଶ୍ରୀନଅରକୁ ଘଣ୍ଟ, ଘଣ୍ଟା,କାହାଳି ଓ ଆଲୋକ ମାଳରେ ବିଜେ କରାଇଥାନ୍ତି । ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟାଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥାନ୍ତି । ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଞ୍ଚଉପଚାର ବିଧିରେ ମଣୋହି କରିଥାନ୍ତି । ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିଥାନ୍ତି। ଏହାପରେ ଶ୍ରୀନଅର ଭିତର ଶୋଧ ହୋଇ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ବାହାରକୁ ଆସନ୍ତି ଓ ଶ୍ରୀନଅରର ବନ୍ଦ କରାଯାଏ ।

ଗଜପତି ମହାରାଜ ବର କନ୍ୟାଙ୍କ ନିକଟକୁ ବନ୍ଦାପନା କରିବା ସଙ୍ଗେ ସଙ୍ଗେ ବିଧି ଅନୁସାରେ ଭେଟ ଦେଇଥାନ୍ତି । ଏହାପରେ ଶ୍ରୀନଅରର ସିଂହଦ୍ୱାର ଖୋଲିଥାଏ । ତତ୍ପରେ ମହାଜନ ସେବକମାନେ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଇଥାନ୍ତି । ଉକ୍ତ ପାଲିଙ୍କିକୁ କାନ୍ଧେଇ ଜମେଶ୍ୱର ମହାଦେବଙ୍କ ମନ୍ଦିରକୁ ନେଇଯାନ୍ତି ବିମାନବଡୁ ସେବାୟତ ।

ସେଠାରେ ବରକନ୍ୟା ଉଦେଶ୍ୟରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ହୋଇଥାଏ। ଏହାପରେ ବାହୁଡା ବିଜେ କରି ଦକ୍ଷିଣ ଘରକୁ ଆସିଥାନ୍ତି । ଏହାପରେ ଶ୍ରୀମନ୍ଦିରରେ ଆଲଟ, ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବରକନ୍ୟା ଦକ୍ଷିଣୀ ଘରୁ ଭିତରେ ସିଂହାସନ ବିଜେ କରିଥାନ୍ତି ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇ ରାତ୍ର ପହୁଡ଼ ହୋଇଥାଏ । ଏହାପରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.