ETV Bharat / state

GST ଫାଙ୍କିବା ଅଭିଯୋଗରେ ଟାଇଲ୍ସ ଦୋକାନରେ ଚଢ଼ାଉ

author img

By

Published : Jun 24, 2022, 6:44 PM IST

ନିମାପଡ଼ାର ଏକ ଟାଇଲ୍ସ ଦୋକାନରେ ପୁରୀ ଏବଂ ଭୁବନେଶ୍ବର ଜିଏସଟି ଇନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ । ଜିଏସଟି ଫାଙ୍କିବା ଅଭିଯୋଗରେ ନୂଆ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ନିତ୍ୟାନନ୍ଦ ସାହୁଙ୍କ ଗୋଦାମ ଓ ଦୋକାନ ସିଲ । ଅଧିକ ପଢ଼ନ୍ତୁ

ଜିଏସଟି ଫାଙ୍କିବା ଅଭିଯୋଗରେ ଟାଇଲ୍ସ ଦୋକାନରେ ଚଢ଼ାଉ

ନିଆଳି: ପୁରୀ ଜିଲ୍ଲା ନିମାପଡ଼ାର ଏକ ଟାଇଲ୍ସ ଦୋକାନରେ ପୁରୀ ଏବଂ ଭୁବନେଶ୍ବର ଜିଏସଟି ଇନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବ୍ୟାପକ ଅର୍ଥ ଠକେଇ ଅଭିଯୋଗରେ ଗୋଦାମ ଓ ଦୋକାନ ସିଲ ହୋଇଛି । ଦୋକାନ ମାଲିକ ସଠିକ ହିସାବ ଦେଇପାରି ନଥିବା ଜିଏସଟି ବିଭାଗ ସୂଚନା ଦେଇଛି ।

ସୂଚନା ଅନୁସାରେ ନିମାପଡ଼ା ପିପିଲି ରାସ୍ତା ନୂଆ ଷ୍ଟେଟ ବ୍ୟାଙ୍କ ନିକଟରେ ନିତ୍ୟାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କ ନିଗମ ଟାଇଲ୍ସ ଦୋକାନ ଏବଂ ନିୟନ୍ତ୍ରଣ ବଜାର କମିଟି ପରିସରରେ ଗୋଦାମ ଗୃହ ରହିଛି । ତେବେ ନିତ୍ୟାନନ୍ଦ ଜିଏସଟି ଫାଙ୍କିବା ଅଭିଯୋଗ ହୋଇଥିଲା । ଏହାପରେ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ବିଭାଗ ନିର୍ଦ୍ଦେଶାଳୟର ଯୁଗ୍ମ କମିଶନର ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ନିର୍ଦ୍ଦେଶରରେ ପୁରୀ ଡେପୁଟି କମିଶନର ଦାମୋଦର ପାତ୍ରଙ୍କ ନେତୃତ୍ବରେ ନିତ୍ୟାନନ୍ଦଙ୍କ ଦୋକାନ ଓ ଗୋଦାମରେ ଚଢାଉ ହୋଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.