ETV Bharat / state

ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ - ବ୍ରହ୍ମଗିରିରେ ଉତ୍ତେଜନା

ବ୍ରହ୍ମଗିରି ଅଞ୍ଚଳରେ ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଘର ଓ ଦୋକାନ ଭଙ୍ଗାରୁଜା ହୋଇଛି । ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଓ ଆଇଆଇସି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଶାନ୍ତି ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୪ ଆହତ
ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୪ ଆହତ
author img

By

Published : Sep 15, 2022, 12:07 PM IST

ବ୍ରହ୍ମଗିରି: ବିବାଦୀୟ ଜମିକୁ ନେଇ ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବା ବେଳେ ଘର ଓ ଦୋକାନ ଭଙ୍ଗାରୁଜା ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗ୍ରାମରେ ।

ଅଭିଯୋଗ ଅନୁସାରେ, ବୁଧବାର ସନ୍ଧ୍ୟାରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗାଁରେ ଏକ ବିବାଦୀୟ ଜମିକୁ ନେଇ ଉତ୍ତେଜନା ଘଟିଥିଲା । ଏଥିରେ ଘରଦ୍ବାର ଓ ଦୋକାନ ଭଙ୍ଗାରୁଜା ହେବା ସହିତ ମାରପିଟରେ ୪ ଜଣ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର, ଆଇଆଇସି ପହଞ୍ଚିଥିବା ବେଳେ ଶାନ୍ତି ରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ବିବାଦୀୟ ଜମିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ସୂଚନା ଅନୁସାରେ, କାଳିକାବାଡି ଗାଁରେ ପୂର୍ବରୁ ଏକ ଜମିକୁ ନେଇ ଦିବ୍ୟସିଂହ ସାମନ୍ତରାୟ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏହି ଘଟଣାରେ ଗୋଷ୍ଠୀ ସଂଘର୍ଷ ଘଟି ପୂର୍ବରୁ କିଛି ଲୋକେ ଆହତ ହେବା ସହିତ କିଛି ଲୋକେ ଗିରଫ ହୋଇଥିଲେ । ମାମଲା କୋର୍ଟ ଓ ଥାନାରେ ଥିବା ବେଳେ ସେହି ବିବାଦୀୟ ଜମିରେ ଦିବ୍ୟସିଂହ ସାମନ୍ତରାୟ ଓ ତାଙ୍କ ପରିବାର ଲୋକେ କିଛି ଦିନ ହେବ ରହୁଥିବାରୁ ବୁଧବାର ଅପରାହ୍ନରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଘଟି ଗ୍ରାମବାସୀ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କାଳିକାବାଡି ଗାଁରୁ ଦିବ୍ୟସିଂହଙ୍କୁ ସହଯୋଗ କରିଥିବା ୭ ପରିବାରକୁ ମଧ୍ୟ ଗ୍ରାମବାସୀ ଅମାନୁଷିକ ଆକ୍ରମଣ କରି ସେମାନଙ୍କ ଘରଦ୍ବାର ଓ ଦୋକାନ ସହିତ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏହା ସହିତ ୪ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣାସ୍ଥଳରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଓ ଆଇଆଇସି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଏହା ସହିତ ଗ୍ରାମରେ ଶାନ୍ତି ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.