ETV Bharat / state

ପୁରୀ ଚୁଡ଼ଙ୍ଗ ସାହିରେ ଗୋଷ୍ଠୀ ସଂଘର୍ଷ, 4 ଆହତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଚୁଡ଼ଙ୍ଗ ସାହିରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ପକ୍ଷରୁ 4ଜଣ ଗୁରୁତର ଆହତ ଅଛନ୍ତି । ଅଧିକ ପଢନ୍ତୁ..

od_puri_groupclash
ପୁରୀ ଚୁଡ଼ଙ୍ଗ ସାହିରେ ଗୋଷ୍ଠୀ ସଂଘର୍ଷ , 4 ଆହତ
author img

By

Published : May 27, 2020, 9:29 PM IST

ପୁରୀ: ଜିଲ୍ଲାର ଚୁଡ଼ଙ୍ଗ ସାହିରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ 4ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଦୁଇଜଣ କଟକ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି ବୋଲି ସୂଚନା ରହିଛି ।

od_puri_groupclash
ପୁରୀ ଚୁଡ଼ଙ୍ଗ ସାହିରେ ଗୋଷ୍ଠୀ ସଂଘର୍ଷ , 4 ଆହତ

ଘଟଣା ସ୍ଥଳରେ ଏକ ମୋଟର ସାଇକେଲ ପୋଡା ଯାଇଛି । ଏ ନେଇ ପୁରୀ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀର କିଛି ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି। ତେବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.