ETV Bharat / state

ସହଜ ହେବ ଶ୍ରୀକ୍ଷେତ୍ର ଧାମ ଯାତ୍ରା, ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କଲା AAI ଟିମ୍

author img

By

Published : Feb 8, 2023, 4:02 PM IST

ପୁରୀରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳୀ ନିର୍ମାଣସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଏବେ ବିମାନ ବନ୍ଦରର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ଅଧିକ ପଢନ୍ତୁ

ପୁରୀରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

ଶ୍ରୀକ୍ଷେତ୍ରକୁ ଉଡିବ ବିମାନ

ପୁରୀ: ଶ୍ରୀଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ବ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଶ୍ରୀକ୍ଷେତ୍ରକୁ ଗମନାଗମନ ସହଜ ଓ ସୁଗମ କରିବାକୁ ଅତ୍ୟାଧୁନିକ ବିମାନ ବନ୍ଦର ନିର୍ମାଣ ହେଉଛି । ପୁରୀ ସହର ଉପକଣ୍ଠ ଗିରଳ ଛକ ନିକଟରେ ହେବାକୁ ଏହି ଥିବା ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳୀ ଏୟାରପୋର୍ଟ ନିର୍ମାଣ ହେବାକୁ ଥିବା ସ୍ଥାନକୁ ଯାଇ ବିଭିନ୍ନ ବୈଷୟିକ ଦିଗ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅପସ୍ଟିକାଲ୍ ସର୍ଭେ, ପ୍ରି ଭିଜିବିଲିଟି ଓ ଗ୍ରାଉଣ୍ଡର ସ୍ଥିତି ପରଖିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ''ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର'' ନିର୍ମାଣ ପାଇଁ ଆବଶ୍ୟକ ଥିବା ୧୧୦୦ ଏକର ଜମି ଅଧିଗ୍ରହଣ ନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୋଟିସ୍ ଜାରି ହେବାପରେ ଜମି ଅଧିଗ୍ରହଣ କରାଯିବ । ଏହାପରେ ବିମାନ ବନ୍ଦର ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ବିମାନ ବନ୍ଦରର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପ୍ରତି ସାରା ବିଶ୍ୱରେ ରହିଛି ସ୍ବତନ୍ତ୍ର ଆକର୍ଷଣ । ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସୁଛନ୍ତି । ଦିନକୁ ଦିନ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ସହରରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସହଜ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ପୁରୀରେ ଅତ୍ୟାଧୁନିକ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ଯାଉଛନ୍ତି । ଏହି ବିମାନ ବନ୍ଦର ହେବା ଦ୍ବାରା ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଏବଂ ପର୍ଯ୍ୟଟକ ପୁରୀକୁ ସହଜରେ ଆସି ପାରିବେ । ଏହାଦ୍ବାରା ପୁରୀର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଥିବାବେଳେ ଏହାକୁ ବାସ୍ତବ ରୂପ ଦେବା ପାଇଁ ସହରରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଜାତୀୟ ରାଜପଥ, ଟ୍ରେନ୍ ଲାଇନ୍ ସହ ପୁରୀର ଯୋଗାଯୋଗ ବହୁ ପୂର୍ବରୁ ଯୋଡି ହୋଇ ସାରିଛି । ଆଗାମୀ କିଛି ବର୍ଷ ପରେ ବିମାନ ବନ୍ଦର ନିର୍ମାଣ ଶେଷ ହେଲେ ପୁରୀକୁ ସବୁ ଦିଗରୁ ଯାତାୟାତ ଅଧିକ ସୁଗମ ହୋଇପାରିବ । ଜଗନ୍ନାଥ ଧାମର ଉନ୍ନତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.