ETV Bharat / state

ଆସୁଛି ଧର୍ମମାସ, ଏବର୍ଷ ହବିଷିଆଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା - ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପ୍ରାୟ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳିବେ ହଜାଶ ହଜାର ହବିଷିଆଳି । ଏଥିପାଇଁ ରାଜ୍ୟ ସରକାର ହବିଷିଆଳିଙ୍କ ମାଗଣାରେ ରହିବା ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Oct 10, 2019, 11:12 PM IST

ପୁରୀ: ଆସୁଛି ଧର୍ମମାସ କାର୍ତ୍ତିକ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛୁ ହବିଷିଆଳିଙ୍କ ଭିଡ । ପ୍ରାୟ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳିବେ ହଜାଶ ହଜାର ହବିଷିଆଳି । ଏଥିପାଇଁ ରାଜ୍ୟ ସରକାର ହବିଷିଆଳିଙ୍କ ମାଗଣାରେ ରହିବା ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବିଗତ କିଛିବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା କରିଆସୁଛନ୍ତି । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନାରେ ତିନୋଟି ସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି । ନରେନ୍ଦ୍ର କୋଣ ନିକଟରେ ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ଏକ ପାଞ୍ଚମହଲା ବିଶିଷ୍ଟ ସ୍ବତନ୍ତ୍ର ହବିଷିଆଳି ଶିବିର, ମୋଚି ସାହିର କଲ୍ୟାଣ ମଣ୍ଡପ ସହ ରେଲୱେ ଷ୍ଟେସନର ଯାତ୍ରୀନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସହ ବ୍ରତ କରିବା ଲାଗି ଆକାଶ ଦୀପ, ଚଉଁରା, ତୁଳସୀ ଗଛ ଆଦିର ବ୍ୟବସ୍ଥା କରାଯିବ । ପ୍ରତିଦିନ ସକାଳେ ଚାହା ସହ ଅପରାହ୍ନ ତିନିଟା ତିରିଶ ମିନିଟରେ ମହାପ୍ରସାଦର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ଅଧିକାରୀ ।

ଏହାସହ ହବିଷିଆଳିନଙ୍କ ପାଇଁ ଚଳିତବର୍ଷ ପାରାୟଣ ସାଙ୍ଗକୁ ପାଲା, ଦାସକାଠିଆ ଓ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ଗାଡି ଯୋଗେଁ ମନ୍ଦିରକୁ ଯାଇ ହବିଷିଆଳିମାନେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ପାରିବେ । ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ୨୫୦୦ ଟାର୍ଗେଟ ଥିଲେ ମଧ୍ୟ ପଞ୍ଜିକରଣ 3 ହଜାର ଟପିବାରୁ ତିରିଶଟି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି । ବିଭିନ୍ନ ଜିଲ୍ଲାରୁ କେତେ ହବିଷିଆଳି ପଞ୍ଜିକରଣ କରିଛନ୍ତି ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ପୁରୀ ଜିଲ୍ଲାରୁ 16 ଶହରୁ ଉର୍ଦ୍ଧ୍ବ ହବିଷିଆଳି ପଞ୍ଜିକରଣ କରିଥିବା ଜଣାପଡିଛି ।

ଶିବିର ମାନଙ୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀ ମାନେ ଚବିଶ ଘଣ୍ଟିଆ କାର୍ଯ୍ୟରେ ରହିବାକୁ ନିର୍ଦ୍ଦେଶ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହାବିଷ୍ୟାଲି ଶିବିର ପ୍ରସ୍ତୁତିBody:(ଭିଓ୧)  ଆଉ ମାତ୍ର ଗୋଟିଏ ଦିନପରେ ଶ୍ରୀକ୍ଷେତ୍ରରେ ଲାଗିବ ହବିଷ୍ଯାଳିଙ୍କ ଭିଡ। ହଜାର ହଜାର ହବିଷ୍ଯାଳି ବିଭିନ୍ନ ମଠ ମନ୍ଦୀର ସହ ସରକାରଙ୍କ ହବିଷ୍ଯାଳି ଯୋଜନାରେ ପ୍ରସ୍ତୁତ ଶିବିରର ମାନଙ୍କରେ ରହି ହବିଷ ବ୍ରତ ରଖିବେ। ଏଥିଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ସରକାରଙ୍କ ପକ୍ଷରୁ ହବିଷ୍ଯାଳି ଯୋଜନାରେ ତିନୋଟି ସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ରହିଛି ନରେନ୍ଦ୍ର କୋଣ ନିକଟରେ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏକ ପାଞ୍ଚମହଲା ବିଶିଷ୍ଟ ସ୍ୱତନ୍ତ୍ର ହବିଷ୍ଯାଳି ଶିବିର, ମୋଚିସାହିର କଲ୍ଯାଣ ମଣ୍ଡପ ସହ ରେଲୱେ ଷ୍ଟେସନର ଯାତ୍ରୀନିବାସ। ସେଠାରେ ଗଦି, ତକିଆ ,ବେଡସିଟ, ମସାରୀ,ବାଲ୍ଟି,ମଗ ଯୋଗାଇଦିଆଯିବ। ଗରମପାଣି ଲାଗି ଗିଜର, ମଶା ଲାଗି ଗୁଡନାଇଟ୍ ଲିକ୍ଯୁଇଡ ଓ ଟିଫା ମେସିନର ବ୍ଯବସ୍ଥା ରହିବ। ବ୍ରତ କରିବା ଲାଗି ଆକାଶ ଦ୍ୱିପ, ଚଉଁରା, ତୁଳସୀ ଗଛ ଆଦିର ବ୍ଯବସ୍ଥା କରାଯିବ। ପ୍ରତିଦିନ ସକାଳେ ଚାହା ଓ ଅପରାହ୍ନ ତିନିଟା ତିରିଶ ମିନିଟରେ ମହାପ୍ରସାଦର ବ୍ଯବସ୍ଥା ରହିଥିବା ସୂଚନା ଦେଇଛନ୍ତି ପର୍ଯ୍ଯଟନ ଅଧିକାରୀ।

ବାଇଟ1,, ବିଜୟ ଜେନା , ପର୍ଯ୍ୟଟନ ଅଧିକାରୀ

Vo2,, ହବିଷ୍ଯାଳି ମାନଙ୍କ ପାଇଁ ଚଳିତବର୍ଷ ପାରାୟଣ ସାଙ୍ଗକୁ ପାଲା, ଦାସକାଠିଆ ଓ ନାଟକ ପରିବେଷଣ କରାଯିବାର କାର୍ଯ୍ଯକ୍ରମ ରହିଚି,,,, ପ୍ରତିଦିନ ଗାଡି ଯୋଗେ ମନ୍ଦିରକୁ ଯାଇ ହବିଷ୍ଯାଳି ମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବେ। ସେମାନଙ୍କ ଲାଗି ଧାଡିଦର୍ଶନ କଟକଣା ରହିବନାହିଁ। ନରେନ୍ଦ୍ର ପୁସ୍କରିଣିରେ ସ୍ନାନ କରିବା ଲାଗି ସ୍ୱତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଛି। ତେବେ ୨୫୦୦ଟାର୍ଗେଟ ଥିଲେ ମଧ୍ୟ ପଞ୍ଜିକରଣ ତିନିହଜାର ଟପିବ। ତିରିଶଟି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସ୍ୱତନ୍ତ୍ର କାଉଁଣ୍ଟର ଖୋଲାଯାଇଛି। ବିଭିନ୍ନ ଜିଲ୍ଲାରୁ କେତେ ହବିଷ୍ଯାଳି ପଞ୍ଜିକରଣ କରିଛନ୍ତି ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ପୁରୀ ଜିଲ୍ଲାରୁ ଶୋଳଶହରୁ ଉର୍ଦ୍ଧ୍ବ ହବିଷ୍ଯାଳି ପଞ୍ଜି କରଣ କରିଥିବା ଜଣାପଡିଛି।

ବାଇଟ୍- ହବିଷ୍ଯାଳିଙ୍କ ପରିବାର
ବାଇଟ୍- ହବିଷ୍ଯାଳିଙ୍କ ପରିବାର

(ଫାଭିଓ) ଶିବିର ମାନଙ୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀ ମାନେ ଚବିଶ ଘଣ୍ଟିଆ ଡ୍ଯୁଟି କରିବାକୁ ନିର୍ଦ୍ଦେଶ ରହିଛି। ସରକାର ପ୍ରତିବର୍ଷ ଏକମାସ ଧରି ହବିଷ୍ଯାଳି ମାନଙ୍କୁ ଏହି ସୁବିଧା ଯୋଗାଇ ର ବ୍ୟବସ୍ଥା କରିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:Ftp ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.