ETV Bharat / state

ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ - ପୁରୀରେ ପ୍ରବାସୀଙ୍କ ପାଇଁ କ୍ବାରେନଣ୍ଟାଇନ

ଜିଲ୍ଲାକୁ ଆସୁଥିବା ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କ୍ଵାରେନଣ୍ଟାଇନ ବ୍ୟବସ୍ଥା ହୋଇଛି । ପ୍ରବାସୀମାନେ ଆସିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଉଛି । କୃପାଜଳ ଇଞ୍ଜିନିୟରିଂ କଲେଜରେ ଜିଲ୍ଲା ଅଭ୍ୟର୍ଥନା କେନ୍ଦ୍ର ହୋଇଛି ।

migrants return home, puri latest news, quarantine for migrants, home quarantine, quarantine for migrants in puri, government quarantine rules, ପ୍ରବାସୀଙ୍କ ଘର ଲେଉଟାଣି, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପ୍ରବାସୀଙ୍କ ପାଇଁ କ୍ବାରେଣ୍ଟାଇନ, ହୋମ କ୍ବାରେଣ୍ଟାଇନ, ପୁରୀରେ ପ୍ରବାସୀଙ୍କ ପାଇଁ କ୍ବାରେଣ୍ଟାଇନ, ସରକାରୀ କ୍ବାରେଣ୍ଟାଇନ ନିୟମ
ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ
author img

By

Published : May 10, 2020, 10:58 PM IST

Updated : May 11, 2020, 9:46 AM IST

ପୁରୀ: ଜିଲ୍ଲାକୁ ଆସୁଥିବା ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କ୍ଵାରେନଣ୍ଟାଇନ ବ୍ୟବସ୍ଥା ହୋଇଛି । ପ୍ରବାସୀମାନେ ଆସିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଉଛି । କୃପାଜଳ ଇଞ୍ଜିନିୟରିଂ କଲେଜରେ ଜିଲ୍ଲା ଅଭ୍ୟର୍ଥନା କେନ୍ଦ୍ର ହୋଇଛି । ସେଠାରେ ସ୍କ୍ରିନିଂ ପରେ ପ୍ରବାସୀଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା କ୍ଵାରେନଣ୍ଟାଇନ ସେଣ୍ଟରକୁ ପଠାଯାଉଛି । ତେବେ ପୁରୀ ସହର ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବାସୀମାନଙ୍କୁ ହୋମ କ୍ଵାରେନଣ୍ଟାଇନରେ ନ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ

ସେହିପରି ଯେଉଁମାନେ ପେଡ କ୍ବାରେନଣ୍ଟାଇନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ମଧ୍ୟ ହୋଟେଲ ଗୁଡିକରେ ପେଡ କ୍ବାରେନଣ୍ଟାଇନର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏକ ହଜାର ଲୋକଙ୍କ ରହିବା ଭଳି ବ୍ୟବସ୍ଥା ପୁରୀ ସହରରେ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ବ୍ୟବସ୍ଥା ହେବ । ସେପଟେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ 1317 ଜଣ ପ୍ରବାସୀ ବ୍ୟକ୍ତି ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ଆସିଛନ୍ତି । ତେବେ ଲକଡାଉନ ସମୟରେ ସମସ୍ତେ ନିୟମ ପାଳନ କରିବା ସହ କୋଭିଡ-19 ଗାଇଡ଼ଲାଇନ ମାନିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 11, 2020, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.