ETV Bharat / state

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି

ପବିତ୍ର ଅଣସର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହୁଏ । ରବିବାର ସେବାୟତମାନେ ମହାପ୍ରଭୁ ସୁସ୍ଥ ହେବା ଖବର ଗଜପତିଙ୍କୁ ଅବଗତ କରାଇବା ପରେ ସୋମବାର ଏହି ନୀତି ଅନୁଷ୍ଠିତ ହେବ ।

author img

By

Published : Jul 1, 2019, 12:52 PM IST

ଡିଜାଇନ ଫଟୋ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି । ପବିତ୍ର ଅଣସର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହୁଏ । ରବିବାର ସେବାୟତମାନେ ମହାପ୍ରଭୁ ସୁସ୍ଥ ହେବା ଖବର ଗଜପତିଙ୍କୁ ଅବଗତ କରାଇବା ପରେ ସୋମବାର ଏହି ନୀତି ଅନୁଷ୍ଠିତ ହେବ । ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାପ୍ରଭୁଙ୍କଠାରେ ଘଣାଲାଗି ହେବା ପରେ ଅନୁଷ୍ଠିତ ହେବ ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) । ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକଲାଗି ନୀତି ଅନୁଷ୍ଠିତ ହେବ ।

ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ସ୍ନାନବେଦିରେ ଅଧିବାସ ଜଳରେ ସ୍ନାନ ପରେ ଜ୍ବରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ । ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି ।

ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି । କିନ୍ତୁ ବହୁଦିନ ଧରି ଜ୍ବରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରାଯାଇ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ ।

ରବିବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, ଘଣା ଲାଗିନୀତି ,, avb, puri,1।7।19

Anc,, ରଥଯାତ୍ରା ଯାତ୍ରାକୁ ଆଉ ମାତ୍ର ଦୁଇ ଦିନ।  ସୁବାଷିତ ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଥିବା ଶ୍ରୀବିଗ୍ରହ ଏବେ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଆଜି  ସୁସ୍ଥ ମହାପ୍ରଭୁଙ୍କଠାରେ ଘଣାଲାଗି ହେବା ପରେ ଅନୁଷ୍ଠିତ ହେବ ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଦିବ୍ୟ ପ୍ରଲେପ ଦିଆଯାଏ। ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ।
ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ସ୍ନାନବେଦିରେ  ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ । ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି । ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି । କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଶ୍ରୀମନ୍ଦିରକୁ ଖଳି ପ୍ରସାଦ  ବିଜେ କରାଯାଇ ମହାପ୍ରଭୁଙ୍କ ନିକଟରେ ଲାଗିହେବ।।

ବାଇଟ1,, ବିନାୟକ ଦାସ ମହାପାତ୍ର, ଦଇତାପତି
ବାଇଟ2,, ସୂର୍ଯ୍ୟ ନାରାୟଣ ରଥ ଶର୍ମା , ଜଗନ୍ନାଥ ସଂସ୍କୃତି ପ୍ରଚାରକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ବାଇଟ ଯାଇଛି। ଶ୍ରୀମନ୍ଦିର file ଭିଯୁଆଲ ଲାଗିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.