ETV Bharat / state

ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ, ରୂପାରେ ହେବ ଆଚ୍ଛାଦିତ - Garuda Stambha To Get Silver Coating

ଦୁର୍ବଳ ହେବାରେ ଲାଗିଛି ଶ୍ରୀମନ୍ଦିର ପବିତ୍ର ଗରୁଡ଼ ସ୍ତମ୍ଭ । ସୁରକ୍ଷା ପାଇଁ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ

sri mandir garuda pillar to be weak
ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ, ରୂପାରେ ଆଚ୍ଛାଦିତ କରିବାକୁ ଯୋଜନା
author img

By

Published : Nov 19, 2022, 12:46 PM IST

Updated : Nov 19, 2022, 1:26 PM IST

ପୁରୀ: ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେବାରେ ଲାଗିଛି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ପବିତ୍ର ଗରୁଡ଼ ସ୍ତମ୍ଭ । ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି । ଏହି କାମ ପାଇଁ ୧୩୦ ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି । ପଶ୍ଚିମବଙ୍ଗର ଜନୈକ ଭକ୍ତ ଏ ବାବଦ ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ । ଏହାକୁ ସ୍ପର୍ଶ କଲେ ପାପକ୍ଷୟ ସହ ଶରୀର ସୁସ୍ଥ ରହିଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପ୍ରଥମେ ଗରୁଡ଼ ସ୍ତମ୍ଭ ସ୍ପର୍ଶ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମୁତାବକ, ଭକ୍ତଙ୍କ ସ୍ପର୍ଶ ଫଳରେ ଦିନକୁ ଦିନ ଗରୁଡ଼ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ଗରୁଡ଼ ସ୍ତମ୍ଭ ପତଳା ହେବାରେ ଲାଗିଛି । ଯାହା ଗରୁଡ଼ ସ୍ତମ୍ଭର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ

ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୂର୍ବତନ ନିର୍ଦ୍ଦେଶକ ଏସ କେ ପଟେଲଙ୍କ କହିବା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ନିର୍ମିତ । ଏଣୁ ଭକ୍ତଙ୍କ ପ୍ରତ୍ୟକ୍ଷ ସ୍ପର୍ଶରୁ ଗରୁଡ଼ ସ୍ତମ୍ଭକୁ ନିବୃତ୍ତ ରଖିବା ଆବଶ୍ୟକ । ଯେହେତୁ ଦିନକୁ ଦିନ ଗରୁଡ଼ ସ୍ତମ୍ଭ ପତଳା ଓ ଦୁର୍ବଳ ହେବାରେ ଲାଗିଛି, ସେ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚାରିପଟେ ରୂପା ଆଚ୍ଛାଦିତ କରିବାକୁ ଯୋଜନା କରିଛି । ଗରୁଡ଼ ସ୍ତମ୍ଭର ଚତୁଃପାର୍ଶ୍ବକୁ ଏସ ଏସ ଷ୍ଟିଲ୍‌ ଫ୍ରେମ୍‌ ଦ୍ବାରା ଆଚ୍ଛାଦିତ କରାଯିବ । ଏଥିପାଇଁ ଗରୁଡ଼ ସ୍ତମ୍ଭ ମାପ ଅନୁଯାୟୀ ବୃତ୍ତାକାରର ଏକ ଫ୍ରେମ ତିଆରି ହେବ । ଏହି ଫ୍ରେମ ପ୍ରସ୍ତୁତ ପରେ ଏହା ଉପ‌ରେ ରୂପା ଆଚ୍ଛାଦିତ କରାଯିବ ଓ ସଂପୂର୍ଣ୍ଣ ଗରୁଡ଼ ସ୍ତମ୍ଭକୁ ରୂପା ଦ୍ୱାରା ଆବଦ୍ଧ କରାଯିବ ।

ଅଧିକ ପଢ଼ନ୍ତୁ: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବିରଳ ଅଷ୍ଟଧାତୁ ମୂର୍ତ୍ତି

ପଶ୍ଚିମବଙ୍ଗର ଜଣେ ଭକ୍ତ ଏ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୧୩୦ ଲକ୍ଷ ଟଙ୍କା ସେ ଖର୍ଚ୍ଚ କରିବାକୁ ସହମତି ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏହି ପ୍ରସ୍ତାବ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବି ଆଲୋଚନା ହୋଇଛି । ଗତ ୧୪ ତାରିଖରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଏକ ଚିଠି କରି ଏ ପ୍ରସଙ୍ଗରେ ପରିଚାଳନା କମିଟିକୁ ଅବଗତ କରିଛନ୍ତି । କିନ୍ତୁ ଗରୁଡ଼ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ ଏହି ପ୍ରସ୍ତାବ ଉପରେ ଅଧିକ ବିଚାର ବିମର୍ଶ ଜାରି ରହିଛି । ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସୂଚନା ଅନୁଯାୟୀ, "ଏହି ପ୍ରସ୍ତାବ ଉପରେ ପ୍ରାଥମିକ ଆଲୋଚନା ଜାରି ରହିଛି । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କଠାରୁ ଏ ଉପରେ ମତାମତ ଲୋଡ଼ାଯାଇଛି ।" ଯଦି ସହମତି ମିଳେ ତେବେ ପ୍ରସ୍ତାବ କାର୍ଯ୍ୟକାରୀ ହେବ। ନଚେତ୍‌ ଗରୁଡ଼ ସ୍ତମ୍ଭ ତଳ ଓ ଉପରପାର୍ଶ୍ବରେ ଥିବା କଳାମୁଗୁନି ପଥରକୁ ରୂପା ଦ୍ବାରା ଆଚ୍ଛାଦିତ କରାଯିବାକୁ ଚିନ୍ତା କରାଯାଉଛି ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 19, 2022, 1:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.