ETV Bharat / state

ଶ୍ରୀମନ୍ଦିର ଭିତରେ ହେବ ରଥଯାତ୍ରା ନୀତିକାନ୍ତି

author img

By

Published : Jun 19, 2020, 3:34 PM IST

Updated : Jun 19, 2020, 4:25 PM IST

ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ପର୍ଯ୍ୟାୟ ବୈଠକ ପରେ ଗଜପତିଙ୍କ ପ୍ରତିକ୍ରିୟା ।

gajpati reaction
ଗଜପତିଙ୍କ ପ୍ରତିକ୍ରିୟା

ପୁରୀ: ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗରେ ଗତକାଲି(ଗୁରୁବାର) ସୁପ୍ରିପକୋର୍ଟ ରାୟ ପରେ ଏନେଇ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା । ଏହି ବୈଠକ ସରିବା ପରେ ଗଜପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପୁର୍ଣ୍ଣ ପାଳନ କରାଯିବ । ତେବେ ଏନେଇ ପୁଣି ସଂନ୍ଧ୍ୟା ୬ ଟାରେ ଆଉଥରେ ବୈଠକ ବସିବ । ଯେଉଁଥିରେ ଛତିଶାନିଯୋଗ କର୍ମକର୍ତ୍ତାଙ୍କ ସହ ଏନେଇ ଆଲୋଚନା ହେବ ।

ଗଜପତିଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ଆଲେଚନା ହେବ । ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେବ । ଆସନ୍ତାକାଲି(ଶନିବାର) ସକାଳ ସୁଦ୍ଧା ନିଷ୍ପତ୍ତି ନିଆଯିବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ପାଳନ କରାଯିବ ।

ଶ୍ରୀମନ୍ଦିର ସ୍ବତ୍ବ ଲିପି ଛଡ଼ା ନୂଆ ବ୍ୟବସ୍ଥା କରାଯିବ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୁଏ । ଶ୍ରୀମନ୍ଦିର ଭିତରେ ରଥଯାତ୍ରା ନୀତି ନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ନିଷ୍ପତ୍ତି ଉପରେ କାଲି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଶଙ୍କରାଚାର୍ଯ୍ୟ ନେବେ ବୋଲି ଗଜପତି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 19, 2020, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.