ETV Bharat / state

ସମର୍ପଣ ଭକ୍ତି ବିନା ମହାପ୍ରଭୁଙ୍କ ଯାତ୍ରା ଅସମ୍ଭବ: ଗଜପତି ମହାରାଜା

ପବିତ୍ର ଘୋଷଯାତ୍ରା ଭକ୍ତି ଓ ସମର୍ପଣର ପର୍ବ । ଏହି ଭକ୍ତିର ପର୍ବ ଭକ୍ତି ନଥିଲେ ଏହି ପର୍ବର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜା । ଅଧିକ ପଢନ୍ତୁ

author img

By

Published : Jun 16, 2023, 1:20 PM IST

ଜଗନ୍ନାଥ ସଂସ୍କୃତି ନେଇ ଗଜପତି ମହାରାଜଙ୍କ ପ୍ରତିକ୍ରିୟା
ratha yatra 2023
ratha yatra 2023

ପୁରୀ: ପାଖଉଛି କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ଜୁନ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ରଥଯାତ୍ରାର ବିଭିନ୍ନ ପ୍ରସଙ୍ଗ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ନେଇ ମତ ରଖିଛନ୍ତି ଗଜପତି ମହାରାଜା । ଏହି ପବିତ୍ର ରଥଯାତ୍ରା ଭକ୍ତି ଓ ସମର୍ପଣର ପର୍ବ । ଭକ୍ତ, ପ୍ରଶାସନର ଭକ୍ତି ବିନା ମହାପ୍ରଭୁଙ୍କ ଯାତ୍ରା ଅସମ୍ଭବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତାକୁ ଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲାଯାଇ ଥିବାରୁ ଗଜପତି ମହାରାଜ ଏହାକୁ ସ୍ଵାଗତ କରିଛନ୍ତି ।

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ନେଇ ବିଭିନ୍ନ ପ୍ରସଙ୍ଗରେ ଗଜପତି ମହାରାଜା ପ୍ରତିକ୍ରିୟା ରଖିଛନ୍ତି । ଅଦିନିଆ ରଥଯାତ୍ରା ନ କରି ରଥଯାତ୍ରାରୁ ନିଳାଦ୍ରୀ ବିଜେ ଭିତରେ ବିଦେଶରେ ରଥଯାତ୍ରା ହେଉ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୋଭିଡ ସ୍ଥିତି ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ୱ ହୋଇଥଲା ତେବେ ଏହାକୁ ଶୀଘ୍ର ସାରିବାକୁ ସରକାର ଉଦ୍ୟମ କରୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଗଜପତି ମହାରାଜା କହିଛନ୍ତି ।

ସେହିପରି ଆଗାମୀ ଦିନରେ ରଥ ନିର୍ମାଣ ନେଇ କାଠ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଉପରେ ମତ ରଖିଛନ୍ତି ଗଜପତି ମହାରାଜ । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଳେ ଏହାର ଠିକ୍ ପରିଚାଳନା ଓ ସୁରକ୍ଷା କରାଗଲା ଆଗାମୀ ଦିନରେ ରଥ ନିର୍ମାଣ ନେଇ କାଠ ସଙ୍କଟ ଦେଖା ଦେବ ନାହିଁ ବୋଲି ସେ ଆଶା କରିଛନ୍ତି । ତପଭୂମି ଯେଭଳି ଭୋଗ ଭୂମିରେ ପରିଣତ ନ ହୁଏ ପୁରୀ ଶଙ୍କରାଚାର୍ଯ୍ୟ ଦେଇଥିବା ମତକୁ ଗଜପତି ମହାରାଜା ସମର୍ଥନ କରିଛନ୍ତି ।

ଏହି ବି ପଢନ୍ତୁ...ରଥଯାତ୍ରାକୁ ଆଉ 4ଦିନ, ଝୋଟି ଚିତାରେ ଝଟକୁଛି ଶ୍ରୀମନ୍ଦିର

ସେହିପରି ବଡଦାଣ୍ଡକୁ ଆମିଷ ମୁକ୍ତ କରିବା ଉପରେ ମତ ରଖିଛନ୍ତି ଗଜପତି ମହାରାଜା । ପର୍ଯ୍ୟଟନର ବିକାଶ ନାଁରେ ପୁରୀର ଅଧ୍ୟାତ୍ମିକତା ନଷ୍ଟ ନ ହେଉ । ପୁରୀ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ହେଉ ପୁରୀର ପବିତ୍ରତା ଦୃଷ୍ଟିରୁ ପ୍ରାଥମିକ ପର୍ଯ୍ୟାୟରେ ବଡଦାଣ୍ଡକୁ ସମ୍ପୂର୍ଣ ଆମିଷ ମୁକ୍ତ କରିବାକୁ ଗଜପତି ମହାରାଜା ମତ ରଖିଛନ୍ତି । ସେହିପରି ରଥ ଚକ ଆଉ ଶ୍ରୀମନ୍ଦିର ପ୍ରଶାସନ ନିଲାମରେ ଦେବ ନାହିଁ । ଯେଉଁ ବ୍ୟକ୍ତି ରଥ ଚକର ପବିତ୍ରତା ଓ ସମ୍ମାନ ବଜାୟ ରଖି ପାରିବ ସେହି ବ୍ୟକ୍ତିଙ୍କୁ ରଥ ଚକ ଦିଆଯିବା ନେଇ ବ୍ୟବସ୍ଥା ହୋଇଥିବା ଗଜପତି ମହାରାଜ କହିଛନ୍ତି । ସେହିପରି ଶ୍ରୀମନ୍ଦିର ସିଂହଦ୍ଵାର ମୁଖ୍ୟ କବାଟରେ ହେବାକୁ ଥିବା ରୂପା ଛାଉଣି କାର୍ଯ୍ୟକୁ ଗଜପତି ମହାରାଜ ସ୍ଵାଗତ କରିବା ସହ ଶ୍ରୀମନ୍ଦିର ପରମ୍ପରା କିଭଳି ଅକ୍ଷୁର୍ଣ୍ଣ ରହି ପାରିବ ସେ ଦିଗରେ ଦୃଷ୍ଟି ଦିଆଯାଇ ରୂପା ଛାଉଣି କରାଯାଉ ବୋଲି ଗଜପତି ମହାରାଜ ଗଣମାଧ୍ୟମକୁ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.