ETV Bharat / state

ସେପ୍ଟେମ୍ବର 30 ଯାଁଏ ବଢିଲା ସ୍ଵର୍ଗଦ୍ବାରରେ ଅନ୍ତିମ ସଂସ୍କାର କଟକଣା - ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କାକୁ ନେଇ ସ୍ଵର୍ଗଦ୍ବାରରେ ଅନ୍ତିମ ସଂସ୍କାର କଟକଣା ଅବଧିକୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ଆଉ ମାସେ ବୃଦ୍ଧି କରାଯାଇଛି ।

puri swarga dwara
ସ୍ଵର୍ଗଦ୍ବାରରେ ଅନ୍ତିମ ସଂସ୍କାର କଟକଣା
author img

By

Published : Sep 1, 2020, 6:29 PM IST

ପୁରୀ: କୋରୋନା ସଂକ୍ରମଣକୁ ଦେଖି ସ୍ଵର୍ଗଦ୍ବାରରେ ଅନ୍ତିମ ସଂସ୍କାର କଟକଣା ଅବଧିକୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ଆଉ ମାସେ ବୃଦ୍ଧି କରାଯାଇଛି । କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କାକୁ ନେଇ ଏହି କଟକଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି। ତେବେ ଏହି କଟକଣାକୁ ଆସନ୍ତା 30 ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

puri swarga dwara
ବଲବନ୍ତ ସିଂଙ୍କ ନିର୍ଦ୍ଦେଶନାମା ଜାରି

ପୁରୀ ସ୍ଵର୍ଗଦ୍ବାରରେ ପୁରୀ ଜିଲ୍ଲା ବ୍ୟତୀତ ବାହାର ଲୋକଙ୍କ ଶେଷ କୃତ୍ୟ ସମ୍ପନ୍ନ ନେଇ କଟକଣା ରହିଛି । ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେବେ ପୁରୀ ଜିଲ୍ଲାବାସୀ କିନ୍ତୁ ସ୍ବର୍ଗଦ୍ବାରରେ ନିଜ ଲୋକଙ୍କ ଶେଷ କୃତ୍ୟ ସମ୍ପନ୍ନ କରିପାରିବାର ଅନୁମତି ରହିଛି । ତେବେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଏହିସବୁ ନୀତି ପାଳନ ନେଇ ନିର୍ଦ୍ଦେଶ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.