ପୁରୀ: ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ । ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ 102 ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଶନିବାର ସନ୍ଧ୍ୟା 6ଟା 25 ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା । ପିଲାଟୁ ଦିନରୁ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ସୁଲକ୍ଷଣା । ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 5, 2023 " class="align-text-top noRightClick twitterSection" data="
">ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 5, 2023ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 5, 2023
ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ,''ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି । ''
ଏହା ମଧ୍ୟ ପଢନ୍ତୁ-ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ମହିମା ଧାମ ଅଙ୍ଗାରବନ୍ଧ
ସୁଲକ୍ଷଣାଙ୍କ ସ୍ବାମୀ ସ୍ବର୍ଗତ ହରିହର ମହାପାତ୍ର ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଖୁବ କମ ବୟସରୁ ଉଭୟ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏବଂ ଆନ୍ଦୋଳନରେ ସାମିଲ୍ ହେବାକୁ ଲୋକଙ୍କୁ ଚେତାଉ ଥିଲେ । 2013 ଅଗଷ୍ଟ 9 ତାରିଖରେ ସୁଲକ୍ଷଣା ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଥିଲା ।
ମହାତ୍ମା ଗାନ୍ଧୀ ଯେତେବେଳେ ପୁରୀର ଡେ଼ଲାଙ୍ଗ ବେରବୋଇ ଆସିଥିଲେ ସେ ଗାନ୍ଧିଜୀଙ୍କୁ ଭେଟି ସ୍ଵାଧୀନତା ସଂଗ୍ରାମ ପାଇଁ ନିଜର ସମସ୍ତ ସୁନା ଗହଣା ଦାନ କରିଥିଲେ । ମହିଳା ମାନଙ୍କ ପାଇଁ ସେତେବେଳେ ଅନେକ ସାମାଜିକ କଟକଣା ଥିବା ବେଳେ ତାକୁ ଖାତିର ନ କରି ସେ ଘରୁ ବାହାରି ସ୍ଵାଧୀନତା ଆନ୍ଦୋଳନ ଓ ଗାନ୍ଧୀଙ୍କ ଆଦର୍ଶ ନେଇ ଅଭିଯାନ ଚଳାଇଥିଲେ । ରମାଦେବୀଙ୍କ ନିର୍ଦ୍ଦେଶରେ ସୁଲକ୍ଷଣା ମହାପାତ୍ର ଗାଁ ଗାଁ ବୁଲି ଚରଖାର ବ୍ୟବହାର ଓ ସୂତା କାଟିବା ନେଇ ଲୋକଙ୍କୁ ଶିଖାଇଥିଲେ ।
ଶନିବାର ତାଙ୍କ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି । ପରିବାର ଲୋକ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସୁଲକ୍ଷଣାଙ୍କ ଶେଷକୃତ୍ୟପରେ ପୁରୀର ସ୍ବର୍ଗ ଦ୍ବାରରେ ସଂପନ୍ନ ହୋଇଛି । ତାଙ୍କ ଦୁଇ ପୁଅ ଗୌରୀ ଶଙ୍କର ମହାପାତ୍ର ଓ ଦୂର୍ଗା ମହାପାତ୍ର ମୁଖାଗ୍ନି ଦେଇ ଥିଲେ । ଅନ୍ତିମ ଦର୍ଶନ ନେଇ ସ୍ବର୍ଗଦ୍ଵାର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଭିଡ଼ ଲାଗିଥିଲା ।
ଇଟିଭି ଭାରତ, ପୁରୀ