ETV Bharat / state

World Heritage Week: କୋଣାର୍କରେ ବିନା ଟିକେଟରେ ଐତିହ୍ୟସ୍ଥଳ ବୁଲୁଛନ୍ତି ପର୍ଯ୍ୟଟକ

ASI (Archaeological Survey of India) ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ଏଥିପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

author img

By

Published : Nov 19, 2022, 3:22 PM IST

World Heritage Week
World Heritage Week

ପୁରୀ: ଦେଶ ପାଳୁଛି ଐତିହ୍ୟ ସପ୍ତାହ । ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ASI (Archaeological Survey of India) ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ସେଥିପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ASI ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି ।

ଓ୍ୱାଲର୍ଡ ହେରିଟେଜ୍ ଓ୍ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ASI ପକ୍ଷରୁ ଏହି ଘୋଷଣା କରାଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶରେ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟ୍‌ରେ ଯାଇପାରିବେ । ଏଥିପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାଜ୍ୟରେ ଥିବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି । ସେପଟେ ASI ଏହି ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି ।

World Heritage Week: କୋଣାର୍କରେ ବିନା ଟିକେଟରେ ଐତିହ୍ୟସ୍ଥଳ ବୁଲୁଛନ୍ତି ପର୍ଯ୍ୟଟକ

ଏହା ମଧ୍ୟ ପଢନ୍ତୁ:Padmapur ByPoll: ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ

ଏନେଇ ଜଣେ ପର୍ଯ୍ୟଟକ କହିଛନ୍ତି, "ଆମେ ଆଜି ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଛୁ । କିନ୍ତୁ ଆମକୁ ଦୁଃଖ ଲାଗୁଛି ଯେ, ଏହା ବର୍ତ୍ତମାନ ଭାଙ୍ଗିବାକୁ ବସିଛି । ଏହାର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଆମର ଆଗାମୀ ପିଢୀ ଆମର ଇତିହାସ ବିଷୟରେ ଜାଣିପାରିବେ । ଆମକୁ ଆଜି ବୁଲି ବହୁତ ଖୁସି ଲାଗୁଛି । ଆମେ ଦେୟମୁକ୍ତରେ କୋଣାର୍କ ବୁଲିଲୁ ।"

ୟୁନିସ୍କୋ ପକ୍ଷରୁ ପ୍ରତିବର୍ଷ ବିଶ୍ବ ଐତିହ୍ୟ ସପ୍ତାହ ପାଳନ କରାଯାଏ । ନିଜ ପ୍ରାଚୀନ ଐତିହ୍ୟ ସମ୍ପର୍କରେ ଜାଣିବା ଏବଂ ସୁରକ୍ଷା ଦେବା ଏହାର ମୂଳ ଉଦ୍ଦେଶ୍ୟ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୧୨୧ଟି ଐତିହ୍ୟ ସ୍ଥଳ ଥିବା ଜଣାପଡ଼ିଛି । ସେହିପରି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମଧ୍ୟ ଛାଡ଼ ରହିଛି । ସୂର୍ଯ୍ୟମନ୍ଦିର ପରିସରରେ ସପ୍ତାହବ୍ୟାପୀ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.