ETV Bharat / state

କାଳିଆର ଡୋରି: ବିଦେଶୀ ଦମ୍ପତିଙ୍କ 'ହରେ କୃଷ୍ଣ ହରେ ନାମ' ନୃତ୍ୟ

ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ତେଣୁ ଏନେଇ ଜଣେ ଜଗନ୍ନାଥ ପ୍ରେମୀ ବିଦେଶିନୀ ମହାପ୍ରଭୁଙ୍କ ରଥ ଆଗରେ ହରେ କୃଷ୍ଣ କୃଷ୍ଣ ନାମ ଉଚାରି ଝୁମି ଝୁମି ନାଚୁଥିବାର ଦେଖିବାକୁ ମିଳିଛି ।

author img

By

Published : Jul 3, 2019, 9:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଏନେଇ ଦେଶ ବିଦେଶରୁ ଲୋକମାନେ ଧାଇଁ ଆସିଛନ୍ତି ପୁରୀ ସହରକୁ। ତେବେ ଏହା ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଦୃଶ୍ୟଟି ହେଉଛି ଜଣେ ଜଗନ୍ନାଥ ପ୍ରେମୀ ବିଦେଶିନୀ ମହାପ୍ରଭୁଙ୍କ ରଥ ଆଗରେ ହରେ କୃଷ୍ଣ ହରେ କୃଷ୍ଣ ନାମ ଉଚାରି ଝୁମି ଝୁମି ନାଚୁଥିବାର ଦେଖିବାକୁ ମିଳିଛି । ଏଥିସହ ଓଡିଆ ଢଙ୍ଗରେ ଶାଢୀ ଓ ଚନ୍ଦନ ନାଇ ରଥ ଚାରିପାଖେ ବୁଲୁଛନ୍ତି ।

ତେବେ ତାଙ୍କ ସାଥିରେ ଅଛନ୍ତି ସ୍ବାମୀ ବିଶ୍ବଧାମ ଚୈତନ୍ୟ ଦାସ । ଯାହାଙ୍କ ଘର ନେପାଳ । ତେବେ ଏମାନେ ଜଗନ୍ନାଥ ନାମ ଧରି ହରେକୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି ବଡଦାଣ୍ଡରେ । ଏଥିସହ ହାତରେ ଗିନି, ଝାଞ୍ଜ ଧରି ଭଗବାନଙ୍କ ନାମ ଧରି ସଂକୀର୍ତ୍ତନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସେମାନେ ପ୍ରଥମ ଥର ପାଇଁ ପୁରୀ ଆସିଛନ୍ତି ବୋଲି କହିଛନ୍ତି । ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନା କେବଳ ଭାରତରେ ବରଂ ସାରା ବିଶ୍ବର କୋଣ ଅନୁକୋଣରେ ପାଳିତ ହେଉଛି ବୋଲି କହିଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:ସରକାରୀ ଯୋଜନା ଠାରୁ ଢେର ଦୂରରେ ଗରିବ ବୈଦ୍ୟନାଥ ।ନିଜ ସହ ନିଜ ଅନ୍ଧ ପତ୍ନୀ ଓ ମାତା ପିତା ହୀନ ନାବାଳିକା ନାତୁଣୀ ର ବୋଝକୁ ମୁଣ୍ଡାଇଛନ୍ତି । ଏଭଳି ଏକ ଅସହାୟ ତଥା ଅକୁହା ଯନ୍ତ୍ରଣା ମଧ୍ୟରେ ଜୀବନଜିବୀକା ର ସଂଘର୍ଷ ଜାରିରଖିଛନ୍ତି ବୈଦ୍ୟନାଥ ।

Body:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର କୋଡାସାହି ଗ୍ରାମରେ ନିଜ ଅନ୍ଧପ୍ରାୟ ପତ୍ନୀ ଓ ମାତା ପିତା ହୀନ ନାବାଳିକା ନାତୁଣୀ ସହ ବାସ କରନ୍ତି ବୈଦ୍ୟନାଥ ।ନିଜ ପୂର୍ବଜ ପ୍ରାୟ ଦେଢଶହ ବର୍ଷ ପୂର୍ବରୁ ଆନ୍ଧ୍ର ଅଞ୍ଚଳରୁ ଆସି ବୌଦ୍ଧ ଗଡଜାତରେ ବସବାସ କରିଥିଲେ ।ମାଟି ଖୋଳୁ ଖୋଳୁ ଏମାନେ ଖୋଡା ବା କୋଡାଜାତି ଭାବେ ପରିଚିତ । ବୈଦ୍ୟନାଥ ବୟସର ସାୟାହ୍ନରେ ପହଞ୍ଚି ସାରିଥିବା ବେଳେ ମୁଣ୍ଡ ଉପରେ ଭଲ ଛାଉଣୀଟିଏ ଯୋଗାଡ କରିପାରିଲେ ନାହିଁ ।କରିବେ ବା କେମିତି । ନିତି ମୂଲ ଲାଗିଲେ ତିନି ଜଣଙ୍କ ପେଟକୁ ଆହାର ମିଳିବ ।ସରକାରୀ ଯୋଜନା ଠାରୁ ସତେଯେପରି ଢେର ଦୂରରେ ବୈଦ୍ୟନାଥ ।ଭଲ ଘର ଖଣ୍ଡିକ ପାଇଁ ସେ କଲବଲ ହୋଇ ଅନେକ ସରକାରୀ ବାବୁଙ୍କୁ ନେହୁରା ହୋଇସାରିଛନ୍ତି ।କିନ୍ତୁ ଫଳ ଶୂନ ।ଆଜି ମଧ୍ୟ ବର୍ଷା ହେଲେ ଅଧାଭଙ୍ଗା ଦଦରା ଘରକୁ ଚିରା ଫଟା ଜରିରେ ଘୋଡାନ୍ତି ବୈଦ୍ୟନାଥ । ତୁରନ୍ତ ବୈଦ୍ୟନାଥ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Conclusion:ବାଇଟ-୧-ବୈଦ୍ୟନାଥ ମିର୍ଦ୍ଦା, ହିତାଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.