ETV Bharat / state

ପୁରୀରେ ହାତୀ ଆତଙ୍କ ଶେଷ ! ଟ୍ରାଙ୍କୁଲାଇଜ କରି ଚନ୍ଦକାକୁ ଟେକି ନେଲା ବନବିଭାଗ

ଶେଷରେ ବନବିଭାଗର ଜନ୍ତାରେ ପଡ଼ିଲା ହାତୀ । ହାତୀକୁ ଠାବ କଲା ବନବିଭାଗ । ପୁରୀରେ ଆତଙ୍କ ସୃଷ୍ଟି କରିଥିବା ଜିଦଖୋର ହାତୀକୁ ପଠାଗଲା ଚନ୍ଦକା । ଅଧିକ ପଢ଼ନ୍ତୁ

author img

By

Published : Jan 11, 2023, 10:08 AM IST

tranqillised elephant
ପୁରୀରୁ ଗଲା ହାତୀ
ପୁରୀରୁ ଗଲା ହାତୀ

ପୁରୀ: ପୁରୀରେ ହାତୀ ଆତଙ୍କ ଶେଷ । ଚନ୍ଦକାକୁ ସ୍ଥାନାନ୍ତର ହେଲା ହାତୀ (tranquillized elephant and relocated in Chandaka forest) । ଗତ ଦୁଇ ଦିନ ହେଲା ପୁରୀରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ବାଲୁଖଣ୍ଡ ଅଭୟାରଣ୍ୟ ନେଚର କ୍ୟାମ୍ପରେ କାବୁ କରିଥିଲା ପୁରୀ ବନ ବିଭାଗ (Forest officiala tranqillised elephant)। ପରେ ସ୍ଵତନ୍ତ୍ର ଟିମ୍ ହାତୀକୁ ଟ୍ରାଙ୍କୁଲାଇଜର କରିବା ପରେ ହାତୀଟିକୁ ଏକ ଟ୍ରକରେ ପୁରୀରୁ ସ୍ଥାନାନ୍ତର କରାଯାଇଛି ।

ହାତୀକୁ କେଉଁଠିକୁ ନିଆଯାଉଛି ସେ ନେଇ ଡିଏଫଓ ସୂଚନା ଦେଇନଥିବା ବେଳେ ବିଶେଷ ସୂତ୍ରରୁ ଜଣାପଡ଼ିଛି ହାତୀଟିକୁ ଚନ୍ଦକା ଜଙ୍ଗଲରେ ଛଡ଼ା ଯିବା ପାଇଁ ନିଆଯାଇଥିବା ସୂଚନା ରହିଛି । ତେବେ ହାତୀ ପୁରୀରୁ ଯିବା ପରେ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତି ଲାଭ କରିଛନ୍ତି । ଗତ ଦୁଇଦିନ ହେବ ପୁରୀରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀ ଶେଷରେ ବାଲୁଖଣ୍ଡ ଅଭୟାରଣ୍ୟ ନେଚର କ୍ୟାମ୍ପରେ ଠାବ କରାଯାଇଥିଲା ।

ବନବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜର କରାଯିବାପରେ ଶିକୁଳିରେ ବନ୍ଧାଯାଇଥିଲା ଦନ୍ତା । ନେଚର କ୍ୟାମ୍ପ ଭିତରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ବନବିଭାଗ ଅଧିକାରୀ ଓ କର୍ମଚାରୀ ହାତୀ ଉପରେ ତୀକ୍ଷଣ ନଜର ରଖିବା ସହ ଜଗି ରହିଥିଲେ ଦନ୍ତାକୁ । ଶେଷରେ ହାତୀକୁ କ୍ରେନ୍ ସାହାଯ୍ୟରେ ହାଇୱା ଉପରକୁ ନିଆଯାଇଥିଲା । ଆଉ ପରେ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚନ୍ଦକା ନିଆଯାଇଛି ।

ଗତ ସୋମବାର ଚନ୍ଦନପୁରରେ ହାତୀ ପଶି ଆତଙ୍କ ମଚାଇଥିଲା (Elphant enters in Puri)। ପୁରୀ ସହରର ମାଟି ତୋଟା ଓ ଖଣ୍ଡିଆ ବନ୍ଧ ଅଞ୍ଚଳକୁ ହାତୀଟି ପ୍ରବେଶ କରିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଯାଇଥିଲା (elephant that created terror in Puri ) । ବିଳମ୍ୱିତ ରାତିରେ ହାତୀଟି ପୁରୀ ଉପକଣ୍ଠରେ ପ୍ରବେଶ କରିଥିଲା। ତେବେ ପୁରୀ ସହର ଭିତରକୁ ଯେପରି ହାତୀ ନପଶେ ସେଥିନେଇ ବନବିଭାଗ ପକ୍ଷରୁ ହାତୀ ଉପରେ କଡ଼ା ନଜର ରଖାଯାଇଥିଲା। ଏହି ହାତୀଟି ଡେଲାଙ୍ଗ ଅଞ୍ଚଳରେ ଗତ ଦୁଇଦିନ ତଳେ ବୁଲୁଥିବା ଦେଖାଦେଇଥିଲା । ପୁରୀ ସହରକୁ କେବେ କୌଣସି ହାତୀ ଆସିନଥିବା ବେଳେ ଏବେ ହାତୀର ହଠାତ ପ୍ରବେଶକୁ ନେଇ ଭୟ ଦେଖାଦେଇଛି । ଅନ୍ୟପକ୍ଷରେ ହାତୀଟି ଟ୍ରକରେ ଯାଉଥିବା ବେଳେ ଅନେକ ଲୋକେ ତାହାର ଫଟୋ ମଧ୍ୟ ନେଉଥିଲେ । ଏହା ଦେଖିବାକୁ ବି କୌତୁହଳ ଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.