ETV Bharat / state

ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ - ବାଲିପାଟଣାର ବେଆଇନ କରତ କଳ ଉପରେ ଚଢାଉ

ବାଲିପାଟଣା ନିକଟରେ ବେଆଇନ ଭାବେ ଚାଲିଥିବା ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢ଼ାଉ । ଅଧିକ ପଢନ୍ତୁ

ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ

author img

By

Published : Jun 23, 2022, 10:09 AM IST

ନିଆଳି: ବାଲିପାଟଣା ନିକଟରେ ବେଆଇନ ଭାବେ ଚାଲିଥିବା ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢ଼ାଉ । ଏହି ଚଢାଉରେ ବ୍ୟବହୃତ ଯନ୍ତ୍ରପାତି ସହ ଚିରାକଠ ଜବତ କରିଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ୧୦ରୁ ଉର୍ଦ୍ଧ୍ବ କରତ କଳ ବେଆଇନ ଭାବେ ଚାଲୁଥିବା ନେଇ ଭିଜିଲାନ୍ସ ବିଭାଗ ଖବର ପାଇଥିଲା ।

ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ

ଖବରପାଇ ଆଜି(ଗୁରୁବାର) ଭୋର୍‌ ସମୟରେ ବେଆଇନ କରତ କଳ ଉପରେ ଅର୍ତକିତ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଏହି ଚଢାଉରେ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ କରିଛି ଭିଜିଲାନ୍ସ ବିଭାଗ ।‌ ଚଢାଉ ସମୟରେ ବାଲିପାଟଣା ପୋଲିସ୍ ଓ ବାଳକାଟି ରେଞ୍ଜର କର୍ମଚାରୀ ଉପସ୍ଥିତ ଥିଲେ । ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୧୦ଟି ସ୍ଥାନରେ ଏହି ଭଳି ବେଆଇନ କରତ କଳ ଚାଲୁଥିବା ବହୁ ସମୟରେ ଅଭିଯୋଗ ହୋଇ ଆସୁଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.