ETV Bharat / state

ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ସିଂହଦ୍ବାର ସମ୍ମୁଖରେ କାଉଁରିଆ ଜାଳିଲେ ବିଦେଶୀ ପର୍ଯ୍ୟଟକ

author img

By ETV Bharat Odisha Team

Published : Nov 12, 2023, 3:52 PM IST

Updated : Nov 12, 2023, 4:12 PM IST

ଦୀପାବଳିରେ ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ । ସିଂହଦ୍ବାର ସମ୍ମୁଖରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳିଲେ ବିଦେଶୀ ପର୍ଯ୍ୟଟକ । ଅଧିକ ପଢନ୍ତୁ

Foreign devotee offers paya Shraddha
Foreign devotee offers paya Shraddha
ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ସିଂହଦ୍ବାର ସମ୍ମୁଖରେ କାଉଁରିଆ ଜାଳିଲେ ବିଦେଶୀ ପର୍ଯ୍ୟଟକ

ପୁରୀ: ଆଲୋକର ପର୍ବ ଦୀପାବଳି ପାଇଁ ଆଜି ଶ୍ରୀମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏହି ସମୟରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ବଡ ବଡ଼ୁଆ ଡାକି କାଉଁରିଆ କାଠି ଜାଳିଛନ୍ତି ବିଦେଶୀ ପର୍ଯ୍ୟଟକ । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ପ୍ରତି ସାରା ବିଶ୍ଵରେ କିଭଳି ଆଦର ବଢ଼ୁଛି ତାହା ଏକ ପ୍ରକାର ପ୍ରମାଣ ହୋଇଛି ।

ଆଜି ପୟା ଶ୍ରାଦ୍ଧ ଅବସରରେ ହଜାର ହଜାର ଭକ୍ତ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜାଳି ବଡ ବଡ଼ୁଆ ଡାକିଛନ୍ତି । ଏହି ଦୃଶ୍ୟ ଦେଖି ବିଦେଶୀ ପର୍ଯ୍ୟଟକ ଜଣକ ବେଶ ଖୁସି ହୋଇଥିଲେ । ପୟା ଶ୍ରାଦ୍ଧ ଓ ବଡ ବଡୁଆ ଡାକିବା ପରମ୍ପରା ବିଷୟରେ ପଚାରି ବୁଝିଥିଲେ । ତେବେ ସ୍ଥାନୀୟ କିଛି ବୁଦ୍ଧିଜୀବୀ, ସେବାୟତ ଏହି ପରମ୍ପରା ବିଷୟରେ କହିବା ପରେ ବିଦେଶୀ ପର୍ଯ୍ୟଟକ ଜଣଙ୍କ ବେଶ ଖୁସିବ୍ୟକ୍ତ କରିଥିଲେ । ନିଜ ପୂର୍ବଜଙ୍କୁ ହିନ୍ଦୁ ଧର୍ମ ଲୋକ ପୟା ଶ୍ରାଦ୍ଧରେ ଯେଭଳି ସମ୍ମାନ ଦେଉଛନ୍ତି ତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ- Paya Shraddha: ପୟା ଶ୍ରାଦ୍ଧ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର, ସିଂହଦ୍ବାର ସାମ୍ନାରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ

ଭରତୀୟ ପରମ୍ପରାକୁ ସେ ବହୁତ ପସନ୍ଦ କରିଥିବା କହିଛନ୍ତି । ପରେ ସେ କାଉଁରିଆ କାଠି ହାତରେ ଧରିଥିଲେ । ଏହାପରେ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡ଼ୁଆ ଡାକିଥିଲେ । ତେବେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଆଧୁନିକତା ଆଳରେ ଆମେ ଆମର ପୂର୍ବ ପ୍ରଥା ଭୁଲିଯିବାକୁ ବସିଥିବା ବେଳେ ଜଣେ ବିଦେଶୀ ଆମ ସଂସ୍କୃତିକୁ ପସନ୍ଦ କରି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବଡ ବଡୁଆ ଡାକିବା ଆମ ସମସ୍ତଙ୍କୁ ସଚେତନ କରାଇଛି । ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ଉଚିତ ବୋଲି ବିଦେଶୀ ପର୍ଯ୍ୟଟକ ଜଣଙ୍କ ବାର୍ତ୍ତା ଦେଇଛନ୍ତି ।

ଏହା ବି ପଢନ୍ତୁ- Diwali 2023: ସୀମାରେ ସେନାଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ, କହିଲେ ପର୍ବ ସେଇଠି ପରିବାର ଥାଏ ଯେଉଁଠି

ସେପଟେ ପବିତ୍ର ଦୀପାବଳି ଲାଗି ଚାରିଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଗତକାଲି ଦୀପାବଳି ଲାଗି ମାର୍କେଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଘର ସାଜସଜ୍ଜା ଲାଗି ରଙ୍ଗବେରଙ୍ଗର ଆଲୋକମାଳାଠାରୁ ଆରମ୍ଭ କରି ଦୀପ, ବାଣ କିଣି ନେଇଥିଲେ ଲୋକେ । ଅସତ୍ୟ ଉପରେ ସତ୍ୟର ଜୟ ପରି ଆଜି ପ୍ରତିଟି ହିନ୍ଦୁ ଧର୍ମାବଲମ୍ବୀ ଘରେ ଦୀପଟିଏ ଜାଳି ନିଜ ଜୀବନର ଅନ୍ଧାରକୁ ଦୂର କରିବା ସହ ପରିବାର ଓ ସମାଜର ଶୁଭ ମନାସିଥାନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 12, 2023, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.