ବ୍ରହ୍ମଗିରି: ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ଇତିମଧ୍ୟରେ ପୁରୀର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ଲକରୁ ଜବତ ହୋଇଛି 14 ଲକ୍ଷ 68 ହଜାର ନଗଦ ଟଙ୍କା । ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ ।
ସୂଚନା ଅନୁସାରେ ବ୍ରହ୍ମଗିରି ବ୍ଲକ ଅଧିନ ସୁନାମୁହିଁଠାରୁ ଗୋପିନାଥପୁର ରାସ୍ତାରେ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ବାଇକରୁ ଜବତ ହେଲା ନଗଦ ଟଙ୍କା । ତେବେ ଏତେ ପରିମାଣରେ ଟଙ୍କା କେଉଁ କାମ ପାଇଁ ଆସିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଉକ୍ତ ବାଇକ ଚାଳକକୁ ଅଟକ ରଖି ନଗଦ ଟଙ୍କାକୁ ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ