ବ୍ରହ୍ମଗିରି: ଚିଲିକା ମଝିରେ ଅଟକିଥିଲା ଭସା ପୋଲ । ଫଳରେ ଚିଲିକା ମଝିରେ 30 ମିନିଟି ଧରି ଫସି ରହିଥିଲା ଗୋଟିଏ ପର୍ଯ୍ୟଟକ ବସ । ସେହିପରି ୩୦ ଯାତ୍ରୀଙ୍କ ସହ ୧୫ ବାଇକ ଏଥିରେ ରହିଛି ।
ତେବେ ଭସା ପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ମଝି ଚିଲିକାରେ ଫସି ରହିଥିଲା । ଭସା ପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିବା ସମୟରେ ଚ୍ୟାନେଲ ବାହାରକୁ ଚାଲି ଯାଇଥିଲା । କୂଳରୁ କିଛି ବାଟ ଚାଲିବା ପରେ ଏପରି ଅଘଟଣ ହୋଇଥିଲା ।
ଏହାପରେ ତୁରନ୍ତ ଅନ୍ୟ ଏକ ଭସା ପୋଲରେ ଏକ ଜେସିବି ସେଠାକୁ ପଠାଯାଇଥିଲା । ଫଳରେ ଫସି ଥିବା ଭସା ପୋଲକୁ ଉଦ୍ଧାର କରାଯାଇଥିଲା । କିଛି ସମୟ ମଧ୍ୟରେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ଯାତ୍ରା ଆରମ୍ଭ ହୋଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ