ETV Bharat / state

ପୁରୀର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ, ଚିନ୍ତାରେ ଚାଷୀ - ବନ୍ୟାଜଳ

ପୁରୀ ଗ୍ରାମାଞ୍ଚଳରେ ଦୟା, କୁଶଭଦ୍ରା, ଭାର୍ଗବୀ ନଦୀର ବନ୍ୟାଜଳ । ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇଛି । ଫଳରେ ଚିନ୍ତାରେ ପଡିଛନ୍ତି ହଜାର ହଜାର ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 17, 2019, 6:35 PM IST

ପୁରୀ: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସାମ୍ଭବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଏବେ ନଈ କୂଳିଆ ଲୋକଙ୍କ ନିଦ ହଜାଇ ଦେଇଛି । ବନ୍ୟାଜଳ ଦୟା, ଭାର୍ଗବୀ ଓ କୁଶଭଦ୍ରା ନଦୀରେ ଆସିବାରୁ ଜିଲ୍ଲାର ପିପିଲି, କଣାସ, ସତ୍ୟବାଦୀ, ନିମାପଡା ଓ ସଦର ବ୍ଲକର ଅନେକ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନେକ ଗାଁରେ ଏବେ ବନ୍ୟା ପାଣି ପଶି ଯାଇଛି । ଫଳରେ ହଜାର ହଜାର ଚାଷ ଜମି ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ଫନି ମାଡ ପରେ ଚାଷୀ ଅଣ୍ଟା ସଳଖି ନଥିବା ବେଳେ ଏବେ ବନ୍ୟା ଜଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ସୂଚନା ଅନୁସାରେ, ପିପିଲିର 11ଟି ପଞ୍ଚାୟତ, କଣାସର 15ଟି, ସତ୍ୟବାଦୀର 5 ଟି ଓ ନିମାପଡା 10 ଟି ପଞ୍ଚାୟତରେ ବନ୍ୟା ଜଳ ପଶି ହଜାର ହଜାର ହେକ୍ଟର ଚାଷ ଜଳମଗ୍ନ ହୋଇଛି । ସେହିପରି କୁଶଭଦ୍ରାର ବନ୍ୟାଜଳ ଉଚ୍ଛୁଳି ନିମାପଡାର ବିଭିନ୍ନ ଅଞ୍ଚଳକୁ ମାଡିଯାଇଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ । ଏପଟେ ତୁରନ୍ତ କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ସହ ଦୁର୍ବଳ ନଦୀବନ୍ଧ ମରାମତିରେ ଦୁର୍ନୀତି କରିଥିବା ଅଫିସରଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନେଇ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ଗ୍ରାମାଞ୍ଚଳରେ ଦୟା , କୁଶଭଦ୍ରା, ଭାର୍ଗବୀ ନଦୀ ବନ୍ୟାଜଳ । ହଜାର ହଜାର ଚାଷ ଜମି ଜଳମଗ୍ନ। ଚିନ୍ତାରେ ଚାଷୀ।Body:ପୁରୀ ଜିଲ୍ଲାରେ ପିପିଲି, ନିମାପଡା, କଣାସ , ସତ୍ୟବାଦୀ , ସଦର ବ୍ଲକ ରେ ଥିବା ବିଭିନ୍ନ ପଞ୍ଚୟତ ବନ୍ୟା ଜଳ ପ୍ରବେଶ କରିଛି । ମୂଖ୍ୟ ତ ଦୟା , ଭାର୍ଗବୀ , କୁଶଭଦ୍ରା ନଦୀରେ ଆସିଥିବା ବନ୍ୟାଜଳ ବିଭିନ୍ନ ଗାଁ ରେ ପଶି ଯାଇଛି। ଏଥି ସହିତ ସହ ସହ ହେକ୍ଟର ଜମି ରେ ଖରିପ ଚାଷ ନଷ୍ଟ ହୋଇ ଯାଇଛି। ଫଳରେ ହଜାର ହଜାର ଚାଷୀ ଏବେ ଚିନ୍ତାରେ। ଫୋନି ବାତ୍ୟା ରେ କ୍ଷତିଗ୍ରସ୍ତ ହୋଇ ଥିବା ଚାଷୀ ପୁଣି ବନ୍ୟା ରେ କ୍ଷତି ଗ୍ରସ୍ତ ହୋଇ ଥିବାରୁ ଚାଷୀ ର ଅଣ୍ଟା ଭାଙ୍ଗି ଯାଇଛି। ସୂଚନା ଅନୁସାରେ ପିପିଲି ର 11 ଟି ପଂଚାୟତ , କଣାସ ର 15 ଟୀ , ସତ୍ୟବାଦୀ ର 5 ଟୀ , ନିମାପଡା 10 ଟି ପଞ୍ଚୟତ ରେ ବନ୍ୟା ଜଳ ପଶି ହଜାର ହଜାର ହେକ୍ଟର ଚାଷ ଜଳମଗ୍ନ ହୋଇଛି। ପିପିଲି ର କଣ୍ଟି ଥରେ ଦୟା ନଦୀ ଉଛୁଳି ବିଭିନ୍ନ ଗାଁ ରେ ପ୍ରବେଶ କରିଛି। ସେହିପରି ନିମାପଡା ର ଧନୁଆ ନିକଟରେ କୁଶଭଦ୍ରା ନଦୀ ର ବନ୍ୟା ଜଳ ଉଛୁଳି ବିଭିନ୍ନ ଅଞ୍ଚଳକୁ ବ୍ୟପିଛି। ଅନେକ ନଦୀ ବନ୍ଧ ରେ ଘଳିଆ ସୃଷ୍ଟି ହୋଇ ଥିବା ହେତୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତୁରନ୍ତ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ସରକାର କ୍ଷତିପୂରଣ ସହ ଦୁର୍ବଲ ନଦୀ ବନ୍ଧ ମରାମତି ରେ ଦୁର୍ନୀତି କରିଥିବା ଅଫିସର ଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନେଇ ଲୋକେ ଦାବି କରିଛନ୍ତି

ବାଇଟ1,, କ୍ଷତିଗ୍ରସ୍ତ ଚାଷୀ
ବାଇଟ2,, ପି କେ ରାଉତ ,, ନିର୍ବାହି ଯନ୍ତ୍ରୀ, ପୁରୀ ଜଳ ସେଚନ ବିଭାଗConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.