ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ନୀଳଚକ୍ରରେ ନଥିଲେ ବାନା, ମହାପ୍ରଭୁଙ୍କୁ ହୁଏନି ଭୋଗ ଅର୍ପଣ

ଜଗନ୍ନାଥ ଧର୍ମ ଓ ସଂସ୍କୃତିରେ ନୀଳଚକ୍ର ଓ ପତିତପାବନ ବାନା ମହାପ୍ରଭୁଙ୍କ ପ୍ରତିନି‌ଧ‌ି ରୂପେ ସର୍ବଜନସ୍ବୀକୃତ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବାବେଳେ ବାକି ଅର୍ଦ୍ଧେକ ମଧ୍ୟରେ ଥାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା । ସବୁଠାରୁ ବଡ଼ବାନାର ନାମ ହେଉଛି ‘ପାଦୁକଖିଆ ବାନା’। ଏହାକୁ ଭିତର ପୋଖରିଆର ପାଦୁକ କୁଣ୍ଡରେ ବୁଡ଼ାଇ ନୀଳଚକ୍ରରେ ବନ୍ଧାଯାଏ ।

author img

By

Published : Jul 10, 2019, 10:06 AM IST

ଡିଜାଇନ ଫଟୋ

ଭୁବନେଶ୍ବର: “ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତପାବନ ବାନାଟି ଯାର ନାଁ । ନୀଳସିନ୍ଧୁତୀରେ ନୀଳାଚଳ ଧାମ । ଶ୍ରୀମନ୍ଦିର ଚୂଡ଼ାରେ ସୁଶୋଭିତ ନୀଳଚକ୍ର । ଫରଫର ହୋଇ ଏହି ପତିତପାବନ ବାନା ପାପି, ତପି, ପାମର, ମୁଢ, ପତିତ, ଦୀନଦୁଃଖୀ ସକଳ ଆର୍ତ୍ତିଙ୍କୁ ଦର୍ଶନ ଦେଇ ପାପ ହରଣ କରିବା ସହ ନୟନ ଯୁଗଳରେ ଶୁଦ୍ଧ, ପବିତ୍ରତା ଭରି ଦେଇଥାଏ । ଜଗନ୍ନାଥ ଧର୍ମ ଓ ସଂସ୍କୃତିରେ ନୀଳଚକ୍ର ଓ ପତିତପାବନ ବାନା ମହାପ୍ରଭୁଙ୍କ ପ୍ରତିନି‌ଧ‌ି ରୂପେ ସର୍ବଜନସ୍ବୀକୃତ । ଏହି ନେତ ଶ୍ରୀମନ୍ଦିର ଚୂଡାରେ ନଥିଲେ ମହାପ୍ରଭୁଙ୍କୁ ଭୋଗ ଲାଗି ହୋଇ ନଥାଏ । ଆସନ୍ତୁ ଜାଣିବା ନୀଳାଦ୍ରୀ କ୍ଷେତ୍ରରେ ନୀଳସୁନ୍ଦର ପର୍ବତରେ ସ୍ଥାପିତ ଶ୍ରୀଜଗନ୍ନାଥଙ୍କ ଏହି ବାନାର ମହିମା ଓ ଐଶ୍ବର୍ଯ୍ୟ ବିଶେଷ ବିଷୟରେ ।

flag-ritualism
ଫାଇଲ ଫଟୋ

ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ଉଚ୍ଚତା ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବାବେଳେ ବାକି ଅର୍ଦ୍ଧେକ ମଧ୍ୟରେ ଥାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା । ଅତିଉଚ୍ଚ ଶ୍ରୀମନ୍ଦିରକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ନୀଳଚକ୍ର ସହ ସଂଯୁକ୍ତ ହୋଇ ଗୋଟିଏ ତମ୍ବା ଧାତବ ପାତ ମନ୍ଦିରର ଦକ୍ଷିଣ ପଟେ ତଳକୁ ଯାଇ ଭିତର ବେଢ଼ାସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଥିବା କୂପର ନିମ୍ନ ଭାଗରେ ପଡିଛି ।

ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ଵଜା ଉଡ଼ାଯାଏ । ନୀଳଚକ୍ର ଉପରେ ପ୍ରାୟ ୪୦ଫୁଟ ଉଚ୍ଚର ବାଉଁଶରେ ପରମ୍ପରା ଅନୁଯାୟୀ ଧଳା, ନାଲି ଓ ହଳଦିଆ ରଂଗର ତ୍ରିଭୁଜାକୃତି ନେତ ବନ୍ଧା ଯାଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ଵେତ ରଙ୍ଗରେ ଅଙ୍କିତ ହୋଇଥାଏ ।

ଭକ୍ତମାନେ ମାନସିକ ପୂରଣ ନିମିତ୍ତ ନୀଳଚକ୍ରରେ ନେତ ବାନ୍ଧିବାକୁ ଆଗ୍ରହୀ ହୋଇଥାନ୍ତି । ମାନସିକ ଅନୁଯାୟୀ ନେତ ବନ୍ଧା ହୋଇଥାଏ । ସବୁଠାରୁ ବଡ଼ବାନାର ନାମ ହେଉଛି ‘ପାଦୁକଖିଆ ବାନା’। ଏହାକୁ ଭିତର ପୋଖରିଆର ପାଦୁକ କୁଣ୍ଡରେ ବୁଡ଼ାଇ ନୀଳଚକ୍ରରେ ବନ୍ଧାଯାଏ । ଏହି ବାନାର ଲମ୍ବ ପ୍ରାୟ 130ରୁ 150 ହାତ ହୋଇଥାଏ । ଏହାସହ ନୀଳଚକ୍ରର ନେତ ନୀଳସିନ୍ଧୁ (ମହୋଦଧି) ପଟକୁ ଉଡ଼ିବାର ନିୟମ ରହିଛି । ପବନର ବିପରୀତ ଦିଗରେ ଉଡୁଥିବା ଏହା ଦେଖାଯାଇଥାଏ । ଯାହା ଆଜି ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ଘେରରେ ରହିଛି ।

ନୀଳଚକ୍ରରେ ଧ୍ଵଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜକ ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ ।

ଶ୍ରୀନୀଳଚକ୍ରଙ୍କର ରଙ୍ଗ ପ୍ରତ୍ୟହ ସୂର୍ଯ୍ୟଙ୍କ ଗତି ଅନୁସାରେ ବଦଳିଥାଏ । ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ର ସୂର୍ଯ୍ୟୋଦୟ ସମୟରେ ଶ୍ବେତବର୍ଣ୍ଣ ଦିଶନ୍ତି । ମଧ୍ୟାହ୍ନରେ ତାଙ୍କ ରଙ୍ଗ ବଦଳି ଗାଢ଼ ନୀଳବର୍ଣ୍ଣ ଧାରଣ କରିଥାଏ । ଆଉ ସୂର୍ଯ୍ୟାସ୍ତ ସମୟରେ ଇଷତ୍‍ ଲୋହିତ ବର୍ଣ୍ଣ ଧାରଣ କରିଥାଏ ।

ନୀଳଚକ୍ରଙ୍କର ସେବକ ହେଉଛନ୍ତି ଗରୁଡ଼ସେବକ (ମହାଦୀପ ଓ ଧ୍ଵଜାବନ୍ଧା ସେବକ) । ଏମାନେ ବଢ଼େଇ ଜାତୀୟ ଶୁଦ୍ର ସେବକ । ଏହି ସେବକଙ୍କ ଇଷ୍ଟଦେବ ହେଉଛନ୍ତି ବିନତାନନ୍ଦନ ଗରୁଡ଼ । ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ଵଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି । ଧ୍ଵଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛ କରି ତଳକୁ ଓହ୍ଲାନ୍ତି ।

ଏହି ପତିତ ତାରଣ ବାନା ପତିତପାବନ ବାନାକୁ ‘ଆରତ ନାଶନବାନା’ ‘ଅବଧୂତ ବାନା’ ‘ଭକ୍ତ ବସିଳ ବାନା’ ଓ ‘ପାପୀ ପାବନ ପଞ୍ଚକ’ ଆଦି ବହୁ ନାମରେ ନାମିତ କରିଅଛନ୍ତି ଅନେକ ଲେଖକ ତତ୍ତ୍ବଦର୍ଶୀ, ବିଜ୍ଞ, ପ୍ରାଜ୍ଞ ବିବୁଧ ଜନମାନେ ।

ଅନେକ ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଝଡ, ତୋଫାନ, ବାତ୍ୟାରେ ବଡ ଦେଉଳରୁ ବାନା ଉଡିଯାଇଛି । ମାତ୍ର ପ୍ରଳୟଙ୍କରୀ ବାତ୍ୟା, ମହାବାତ୍ୟା, ନୀଳଚକ୍ରକୁ ତିଳେ ମାତ୍ର ଦୋହଲେଇ ପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.