ETV Bharat / state

2 ଦିନିଆ ପୁରୀ ଗସ୍ତରେ 5 ଟି ସଚିବ: ବିଭିନ୍ନ ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ, ଫୋକସ୍‌ରେ ସ୍କୁଲ ଓ ମିଶନ ଶକ୍ତି - vk pandian visits puri

ପୁରୀର 3ଟି ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣି କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଓଡ଼ିଶା କିଭଳି ସମୃଦ୍ଧି ପଥରେ ଗତି କରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ । ଅଧିକ ପଢ଼ନ୍ତୁ

2 ଦିନିଆ ପୁରୀ ଗସ୍ତରେ 5 ଟି ସଚିବ
2 ଦିନିଆ ପୁରୀ ଗସ୍ତରେ 5 ଟି ସଚିବ
author img

By

Published : Aug 18, 2023, 8:08 PM IST

2 ଦିନିଆ ପୁରୀ ଗସ୍ତରେ 5 ଟି ସଚିବ

ପୁରୀ: 3ଟି ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣି କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । 5T ସଚିବ ପୁରୀ ଗସ୍ତରେ ଆସିଥିବାବେଳେ ଛାତ୍ରଛାତ୍ରୀଙ୍କ ସହିତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଏହି ଜନଶୁଣାଣୀରେ ଜମିଜମାଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା, ମିଶନ ଶକ୍ତି ତଥା ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଥିବା ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ଓଡ଼ିଶା କିଭଳି ସମୃଦ୍ଧି ପଥରେ ଗତି କରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ ।

ଲୋକମାନେ ସଚିବଙ୍କୁ ସିଧାସଳଖ ସମସ୍ତ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି । ପୁରୀ ତାଳବଣିଆ ଏବଂ ଭୂଦାନ ପଡିଆରେ ବିରାଟ ଜନସଭା କରାଯାଇଥିବାବେଳେ 5ଟି ସଚିବ ସେଠାରେ ଉପସ୍ଥିତ ରହି ସିଧାସଳଖ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ଗୋଷ୍ଠୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ତଥା ଅନୁଷ୍ଠାନର ଥିବା ଅଭିଯୋଗ ଗ୍ରହଣ କରିବା ସହ ଖୁବଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମେ ତାଳବଣିଆ ପଡ଼ିଆରେ 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।‌ ଏହି ଅବସରରେ 5T ସଚିବ କହିଛନ୍ତି, "ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାର 5T ଅନ୍ତର୍ଗତ ରୂପାନ୍ତରିତ ସ୍କୁଲ ଓ କଲେଜରେ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମିର ବ୍ୟବସ୍ଥା କରିଛନ୍ତି । ଯାହାଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ । ଛାତ୍ର ଶକ୍ତି ହେଉଛନ୍ତି ସମାଜରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟ ଶକ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କର ଉଜ୍ବଳମୟ ଭବିଷ୍ୟତ‌ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି ।"

ଏହା ବି ପଢନ୍ତୁ...ମୟୂରଭଞ୍ଜ ଗସ୍ତରେ 5T ସଚିବ: କେଉଁଠି ମିଳିଲା ସ୍ବାଗତ, କେଉଁଠି ବିରୋଧ

ସେହିପରି ଭୂଦାନ ପଡିଆରେ ମଧ୍ୟ ଏକ ବିରାଟ ଜନସଭା 5T ସଚିବଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ମହିଳା ଗୋଷ୍ଠୀ, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହି ସଭାରେ ଯୋଗ ଦେଇଥିଲେ । 5T ସଚିବ କହିଛନ୍ତି, "ଲୋକମାନଙ୍କୁ ରୋଜଗାର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିନା ସୁଧରେ 1ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମିଶନ ଶକ୍ତି ମହିଳାଙ୍କର ଉନ୍ନତି ପାଇଁ ବିନା ସୁଧରେ 5 ଲକ୍ଷ ଟଙ୍କା ଲୋନ୍ ବ୍ୟବସ୍ଥା କରାଯାଇଛି ।"

ସେ ଆହୁରି ମଧ୍ଯ କହିଛନ୍ତି, "ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଏସ୍‌କେୱାଇ କାର୍ଡ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା କରାଯାଇଛି । ଏଣିକି ନିଜ ଅଞ୍ଚଳରେ ଅବ୍ୟବହୃତ ହୋଇ ରହିଥିବା ସରକାରୀ ଗୃହକୁ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଗାଇ ଦିଆଯିବ ।" ତେବେ ଆଜି ପ୍ରଥମ ଦିନରେ ପୁରୀ ସମେତ ପିପିଲି, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଗସ୍ତ କରି ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ସେହିପରି ଆସନ୍ତାକାଲି କାକଟପୁର, ନିମାପଡ଼ା ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.