ETV Bharat / state

୫ ଜାତୀୟ ରାଜପଥ ଲୁଟେରା ଗିରଫ, ବନ୍ଧୁକ ଓ ଗୁଳି ଜବତ - ୫ ଜାତୀୟ ରାଜପଥ ଲୁଟେରା ଗିରଫ

ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ଓ ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସଦର ଥାନା ଅଧିନ ଗୋପୀନାଥପୁର ନୂଆସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରର ତପନ ଖୁଣ୍ଟିଆ, ଶାସନ ଦାମୋଦରପୁରର ଭୂଆ ଓରଫ ସନ୍ତୋଷ ଦାଶ, ନାରାୟଣ ଦାଶ । ଅଧିକ ପଢନ୍ତୁ

୫ ଜାତୀୟ ରାଜପଥ ଲୁଟେରା ଗିରଫ, ବନ୍ଧୁକ ଗୁଳି ଆଦି ଜବତ

author img

By

Published : Jun 5, 2022, 8:08 PM IST

ପୁରୀ: ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ଓ ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସଦର ଥାନା ଅଧିନ ଗୋପୀନାଥପୁର ନୂଆସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରର ତପନ ଖୁଣ୍ଟିଆ, ଶାସନ ଦାମୋଦରପୁରର ଭୂଆ ଓରଫ ସନ୍ତୋଷ ଦାଶ, ନାରାୟଣ ଦାଶ । ସେହିପରି ଦାଦାବଟି ମାଗିବା ଅଭିଯୋଗରେ ଖଣ୍ଡିଆବନ୍ଧର ଗୋରା ମଲ୍ଲିକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଲୁହାରଡ ସହ ୯୫୦ ଟଙ୍କା ଜବତ କରିଛି ।

୫ ଜାତୀୟ ରାଜପଥ ଲୁଟେରା ଗିରଫ, ବନ୍ଧୁକ ଗୁଳି ଆଦି ଜବତ

ପୂର୍ବରୁ ଏହି ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।‌ ଜାତୀୟ ରାଜପଥରେ ଯାତାୟତ କରୁଥିବା ପଥଚାରୀଙ୍କୁ ଏହି ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଡକାୟତି ଉଦ୍ୟମ କରୁଥିଲେ । ତେବେ ଖବର ପାଇ ପୁରୀ ସଦର ଥାନା ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୀ ସଦର‌ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.