ETV Bharat / state

ପାର୍ବତୀ ସାଗର ପୁଷ୍କରିଣୀରେ ମାଛ ମଡକ - fish dead in pond

ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ପରିସରରେ ଥିବା ପାର୍ବତୀ ସାଗର ପୁଷ୍କରିଣୀରେ ମାଛ ମଡକ । ଶହ ଶହ ମାଛ ମରିପଡିଥିବା ବେଳେ ଦୂଷିତ ପାଣିକୁ ଦୋଷ ଦେଲେ ସେବାୟତ ।

ଡିଜାଇନ ଫଟୋ
author img

By

Published : Sep 22, 2019, 5:16 PM IST

ପୁରୀ: ଲୋକନାଥ ମନ୍ଦିର ପରିସରରେ ଥିବା ପାର୍ବତ ସାଗର ପୁଷ୍କରିଣୀରେ ମାଛ ମଡକ । ଶହ ଶହ ମାଛ ମରି ପଡିଥିବା ଦେଖିବାକୁ ମିଳିଛି । ଦୂଷିତ ଜଳ କାରଣରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି ଲୋକନାଥ ମନ୍ଦିର ସେବକ । ଯାହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବା ବାରଣ ଥିବା ସତ୍ତ୍ବେ ସ୍ଥାନୀୟ ଲୋକେ ବାରମ୍ବାର ମୂର୍ତ୍ତି ବିସର୍ଜନ କରୁଛନ୍ତି । ଯାହା ଫଳରେ ମୂର୍ତ୍ତିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଯୋଗୁଁ ପୁଷ୍କରିଣୀ ଦୂଷିତ ହେବାରେ ଲାଗିଛି । ଯାହା ଫଳରେ ମାଛ ମରିପଡିଥିବା ମନ୍ଦିର ସେବକ ଅଭିଯୋଗ କରିଛନ୍ତି ।

ଏପରିକି ପୁଷ୍କରିଣୀର ଜଳ ଏତେ ମାତ୍ରାରେ ଦୂଷିତ ଯାହା ସ୍ନାନ ପାଇଁ ଉପଯୋଗୀ ନୁହେଁ । ଆଗକୁ କାର୍ତ୍ତିକ ମାସ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥ ମନ୍ଦିର ଆସିବେ । ତେବେ ପୁଷ୍କରିଣୀର ଏଭଳି ଅବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ଅଡୁଆ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପାର୍ବତୀ ସାଗର ପୋଖରୀ ପ୍ରଦୂଷିତBody:ପୁରୀ ଲୋକ ନାଥ ମନ୍ଦିର ରେ ଥିବା ପାର୍ବତୀ ସାଗର ପୋଖରୀ ରେ ଥିବା ମାଛ ସହ ସହ ସଂଖ୍ୟା ରେ ମରିପଡି ଛନ୍ତି। ଫଳରେ ପୋଖରୀ ରେ ଦୁର୍ଗନ୍ଧ ମୟ ପରିବେଶ ଯୋଗୁ ଶ୍ରଦ୍ଧାଳୁ ସ୍ନାନ କରି ପାରୁ ନାହାଁନ୍ତି। ଜଳ ପ୍ରଦୂଷିତ ହୋଇ ଥିବା ହେତୁ ଏଭଳି ଘଟଣା ହୋଇ ଥିବା ସେବକମାନେ କହିଛନ୍ତି। ଫଳରେ ପ୍ରଦୂଷିତ ପୋଖରୀ ପାଣିରେ ଗାଧେଇଲେ ଚର୍ମ ରୋଗ ହେବାର ଅସଙ୍କା ରହିଛି। ତେବେ ବିଭିନ୍ନ ମେଢ଼ ବିସର୍ଜନ ଏହି ପୋଖରୀ ରେ ହେଉ ଥିବାରୁ ରାସାୟନିକ ରଙ୍ଗ ପ୍ରଭାଵ ରେ ଜଳ ପ୍ରଦୂଷିତ ହୋଇ ମାଛ ମାରୁଥିବା ଲୋକ ନାଥ ମନ୍ଦିର ସେବକମାନେ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ଏ ନେଇ କାର୍ଯ୍ୟନୁଷ୍ଠାନ ନ ନେଲେ ପାର୍ବତୀ ସାଗର ପୁଷ୍କରିଣୀ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇ ଯିବାର ସମ୍ଭାବନା ଥିବା ମନ୍ଦିର ସେବକମାନେ ଅସଙ୍କା କରିଛନ୍ତି। ପୋଖରୀ ରେ ମେଢ଼ ବିସର୍ଜନ ନିଷିଦ୍ଧ ଥିବା ବେଳେ କେତେକ ଲୋକ ନ ମାନି ପାଣିରେ ମେଢ଼ ବିସର୍ଜନ କରୁଥିବା ଅଭିଯୋଗ ହୋଇଛି। ଆଗକୁ କାର୍ତ୍ତିକ ମାସ ଆସୁଥିବା ବେଳେ ହଜାର ହଜାର ହାବିଷ୍ୟାଲି ପୁରୀ ଆସିବେ। ତେବେ ତୀର୍ଥ ପୁଷ୍କରିଣୀ ର ଏଭଳି ଅବ୍ୟବସ୍ଥା ଶ୍ରଦ୍ଧାଳୁ ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ଉପୁଜିବା ର ଆଶଙ୍କା ରହିଛି। ତୁରନ୍ତ ଜିଲା ପ୍ରଶାସନ ଲୋକ ନାଥ ମନ୍ଦିର ପାର୍ବତୀ ସାଗର ପୁଷ୍କରିଣୀ କୁ ଶୋଧନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଚି।

ବାଇଟ,, ବଲଭଦ୍ର ମହାପାତ୍ର, ସେବକConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.