ETV Bharat / state

ମଙ୍ଗଳ ନଦୀରେ ମାଛ ମଡ଼କ ଘଟଣା, ପାଣି ନମୁନା ସଂଗ୍ରହ କଲେ ମତ୍ସ୍ୟ ବିଜ୍ଞାନୀ - Mangala River

ମଙ୍ଗଳ ନଦୀରେ ମାଛ ମଡ଼କ ଘଟଣା । ପାଣି ନମୁନା ଓ ମଲା ମାଛ ସଂଗ୍ରହ କଲେ ମତ୍ସ ବିଜ୍ଞାନୀ । ଅଧିକ ପଢନ୍ତୁ...

ମଙ୍ଗଳ ନଦୀରେ ମାଛ ମଡ଼କ ଘଟଣା , ପାଣି ନମୁନା ସଂଗ୍ରହ କଲେ ମତ୍ସ୍ୟ ବିଜ୍ଞାନୀ

author img

By

Published : Jul 29, 2021, 12:27 PM IST

ପୁରୀ: ଜିଲ୍ଲାର ଉପକଣ୍ଠ ସ୍ଥିତ ମଙ୍ଗଳା ନଈରେ ତିନି ଦିନ ଧରି ମାଛ ମଡ଼କ ଦେଖିବାକୁ ମିଳିଛି । ଜଳ ପ୍ରଦୂଷଣ କାରଣରୁ ଏଭଳି ମାଛ ମରୁଥିବା ଆଶଙ୍କା କରାଯାଉଛି । ଏହି ଖବର ପ୍ରକାଶ ପାଇବା ପରେ ସାମୁଦ୍ରିକ ବିଜ୍ଞାନୀ ରାଜେଶ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ଜଳ ଓ ମଲା ମାଛ ନମୁନା ସଂଗ୍ରହ କରିଛନ୍ତି। ମାଛ ମରିବା ସମ୍ପର୍କରେ ସେ କହିଛନ୍ତି ମୁହାଣ ଜଳ ସାଧାରଣତଃ ଲୁଣି ରହିବା କଥା । କିନ୍ତୁ ନଈ ମୁହାଣ ସମୁଦ୍ର ଜଳ ମିଠା ଲାଗୁଛି । ନଈ କୂଳରେ ଖଏଙ୍ଗା ପ୍ରଜାତିର ମାଛ ମରିଛନ୍ତି ।

ମଙ୍ଗଳ ନଦୀରେ ମାଛ ମଡ଼କ ଘଟଣା , ପାଣି ନମୁନା ସଂଗ୍ରହ କଲେ ମତ୍ସ୍ୟ ବିଜ୍ଞାନୀ

ଏହି ମାଛ ନଦୀ ମୁହାଣ ପଠାରେ ଲାଗିଛି ପାଣି ଭିତରେ ମାଛ ମରି ଭାସୁଥିବାର ସେ ଦେଖିବାକୁ ପାଇନାହାନ୍ତି । ସାଧାରଣତଃ ଖଏଙ୍ଗା ମାଛ ଲୁଣା ପାଣିରେ ରହନ୍ତି । ନଈ ପାଣିର ଲବଣାଶଂ ହ୍ରାସ ପାଇଥିବାରୁ ମାଛ ମରିଥିବାର ସେ ଆଶଙ୍କା କରୁଛନ୍ତି । ପରୀକ୍ଷାଗାରରେ ପାଣି ଓ ମଲା ମାଛର ଯାଞ୍ଚ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ । ନଈର ପାଣି ମଲା ମାଛ ନମୁନାକୁ ଆମେ ସଂଗ୍ରହ କରି ନେଉଛୁ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.