ETV Bharat / state

ପୁରୀ ରେଳ ଷ୍ଟେସନରେ ପୁଣି ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ

author img

By

Published : Mar 23, 2023, 10:51 PM IST

Updated : Mar 24, 2023, 6:42 AM IST

ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୨୪, ୨୫ ନମ୍ବରରେ ଥିବା ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅଧିକ ପଢ଼ନ୍ତୁ

ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ
ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ
ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ପୁରୀ: ପୁଣି ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୱାଶିଂ ଲାଇନର‌ ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଘଟିଛି ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ୱାଶିଂ ଲାଇନର‌ ୨୪, ୨୫ ନମ୍ବରରେ ଥିବା ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀମାନେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ପରେ ଅଗ୍ନିଶମ ବିଭାଗକୁ ଜିଆରପି ଓ ଆରପିଏଫ ଅଧିକାରୀମାନେ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

ତେବେ ସନ୍ଧ୍ୟା ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୱାଶିଂ ଲାଇନର ବ୍ୟାଟେରୀ ଚାର୍ଜିଙ୍ଗ ରୁମରେ ଥିବା ବ୍ୟାଟେରୀ, ଫ୍ୟାନ ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ପାଖରେ ଏକ ଟ୍ରେନ ଥିବାରୁ ସୌଭାଗ୍ୟ ବଶତଃ ସେଥିରେ ନିଆଁ ଲାଗିନଥିଲା । ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ରେଳ ଷ୍ଟେସନ । ଏହି ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ହେବ । ଗତ କିଛି ଦିନ ଏକ ନମ୍ୱର ପ୍ଲାଟ ଫର୍ମ ନିକଟରେ ଏକ ଅଳିଆ ଗଦାରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଅଗ୍ନିଶମ ବାହିନୀ ଆସି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଟଳି ଯାଇଥିବା ଜିଆରପି ଅଧିକାରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: Mamata meets Naveen: କୌଣସି ରାଜନୈତିକ ଆଲୋଚନା ହୋଇନି କହିଲେ ନବୀନ, ଭଲ ଚର୍ଚ୍ଚା ମିଳିଲା କହିଲେ ମମତା

ସୂଚନା ଥାଉକି, ଗତ 2019 ମସିହା ହୋଲିରେ ବଡଧରଣର ଅଗ୍ନିକାଣ୍ଡ ହୋଇଥିଲା । ହୋଲିର ଅପରାହ୍ନରେ ପୁରୀ ରେଳ ଷ୍ଟେସନ ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ବ୍ୟାପିବା କାରଣରୁ 4ରୁ ଅଧିକ ବଗି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଥିଲା । ସୌଭାଗ୍ୟ ବଶତଃ ଖାଲି ଟ୍ରେନଟି ଥିବାରୁ ଏକ ଅଘଟଣ ଟଳି ଯାଇଥିଲା । ତେବେ ପୁରୀ ରେଳଷ୍ଟେସନରେ ବାରମ୍ବାର ଅଗ୍ନିକାଣ୍ଡ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଷ୍ଟେସନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆହୁରି ସୁଦୃଢ଼ କରିବା, ପ୍ଲାଟ ଫର୍ମ ନିକଟରେ ଅଳିଆ ଗଦାକୁ ସ୍ଥାନାନ୍ତର କରିବା, ପୁରୁଣା ମେସିନ, ବ୍ୟାଟେରୀକୁ ବଦଳାଇ ଏହା ର ସଠିକ୍ ପରିଚାଳନା କରିବା ଉପରେ ରେଲୱେ କର୍ତ୍ତୃପକ୍ଷ ଅଧିକ ଧ୍ୟାନ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Mar 24, 2023, 6:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.